Advertisment

ରୁଗ୍‌ଣ ସ୍ୱାସ୍ଥ୍ୟସେବାର ସାଂଘାତିକ ଚିତ୍ର: ଅଧାରାସ୍ତାରେ ତେଲ ସରିବାରୁ ଧୋକା ଦେଲା ଆମ୍ବୁଲାନ୍ସ

ବାରିପଦା/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ରୁଗ୍‌ଣ ସ୍ୱାସ୍ଥ୍ୟସେବାର ସାଂଘାତିକ ଚିତ୍ର। ତେଲ ସରିଯିବାରୁ ଅଧାବାଟରେ ଧୋକା ଦେଇଛି ଆମ୍ବୁଲାନ୍ସ। ଫଳରେ ପ୍ରାଣ ଯାଇଛି ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମାଆ ଓ ଗର୍ଭସ୍ଥ ଶିଶୁର। ଏପରି ଜନନୀ ସୁରକ୍ଷା ଯୋଜନାକୁ ଉପହାସ କଲା ଭଳି ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରୁ। ତେଣେ ପଡ଼ୋଶୀ ବାଲେଶ୍ୱର ଜିଲ୍ଲା ରେମୁଣା ମେଡିକାଲରେ ଡାକ୍ତର ନଥିବାରୁ ଚରମ ସୀମାରେ ପହଞ୍ଚିଛି ଲୋକଙ୍କ ଆକ୍ରୋଶ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ହାଣିଦା […]

ରୁଗ୍‌ଣ ସ୍ୱାସ୍ଥ୍ୟସେବାର ସାଂଘାତିକ ଚିତ୍ର: ଅଧାରାସ୍ତାରେ ତେଲ ସରିବାରୁ ଧୋକା ଦେଲା ଆମ୍ବୁଲାନ୍ସ

pregnat-lady-daid-on-road-in-baripada

Advertisment

ବାରିପଦା/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ରୁଗ୍‌ଣ ସ୍ୱାସ୍ଥ୍ୟସେବାର ସାଂଘାତିକ ଚିତ୍ର। ତେଲ ସରିଯିବାରୁ ଅଧାବାଟରେ ଧୋକା ଦେଇଛି ଆମ୍ବୁଲାନ୍ସ। ଫଳରେ ପ୍ରାଣ ଯାଇଛି ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମାଆ ଓ ଗର୍ଭସ୍ଥ ଶିଶୁର। ଏପରି ଜନନୀ ସୁରକ୍ଷା ଯୋଜନାକୁ ଉପହାସ କଲା ଭଳି ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରୁ। ତେଣେ ପଡ଼ୋଶୀ ବାଲେଶ୍ୱର ଜିଲ୍ଲା ରେମୁଣା ମେଡିକାଲରେ ଡାକ୍ତର ନଥିବାରୁ ଚରମ ସୀମାରେ ପହଞ୍ଚିଛି ଲୋକଙ୍କ ଆକ୍ରୋଶ।

Advertisment

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ହାଣିଦା ଗାଁର ଚିତ୍ତରଞ୍ଜନ ମୁଣ୍ଡାଙ୍କ ଗର୍ଭବତୀ ପତ୍ନୀ ତୁଳସୀ ଯନ୍ତ୍ରଣା ପାଉଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେଠୁ ବାରିପଦା ମେଡିକାଲ ରେଫର୍‌ କରାଯାଇଥିଲା ୧୦୮ ଆମ୍ବୁଲାନ୍ସ ନଥିବାରୁ ବାଙ୍ଗିରିପୋଷି ମେଡିକାଲ୍‌ ମେଡିକାଲ ଆମ୍ବୁଲାନ୍ସରେ ରୋଗୀକୁ ବାରିପଦା ନିଆଯାଉଥିଲା। ହେଲେ ଅଧାବାଟରେ କୁଳିଅଣା ପାଖରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା। ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ଧରି ସେଠାରେ ଅଟକିବାକୁ ପଡ଼ିଥିଲା। ପରେ ଆଶା ଦିଦି ପୁଣି ଏକ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡାକି ମେଡିକାଲ ନେଇଥିଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇଥିଲେ ମାଆ ଓ ଗର୍ଭସ୍ଥ ଶିଶୁର ଜନନୀ।

ସିଡିଏମ୍ଓ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି, ଡ୍ରାଇଭରର ସୂଚନା ଅନୁସାରେ ଆମ୍ବୁଲାନ୍ସରେ ତେଲ ଥିଲା। ହେଲେ ଗାଡ଼ିର ପାଇପ୍‌ ଫାଟିଯିବାରୁ ଏଭଳି ପରିସ୍ଥିତି ଉପୁଥିଲା।

Advertisment

ଗତକାଲି ରାତିରେ ଜଣେ ଗୁରୁତର ଶ୍ୱାସ ରୋଗୀ ମେଡିକାଲ ଆସିଥିଲେ। ହେଲେ ଡାକ୍ତର ନଥିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା। ମେଡିକାଲ୍‌ରେ ଭଙ୍ଗାରୁଜା କରିଥିଲେ। ଏପରିକି ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଗତକାଲି ରାତିରୁ ଦୀର୍ଘ ୧୪ଘଣ୍ଟା ଧରି ଏଭଳି ଅବସ୍ଥା ଲାଗି ରହିବା ପରେ ଆଜି ପୁଲିସ ପହଞ୍ଚିବା ପରେ ସ୍ଥିତି ସୁଧୁରିଛି। ହେଲେ ଉତ୍ତେଜନା ଥମିନି। ଏଣେ ଘଟଣାକୁ ନେଇ ଅପ୍ରୀତିକର ସ୍ଥିତି ପରେ ଡାକ୍ତର ନଥିବା କଥାକୁ ସ୍ୱୀକାର କରିଥିଲେ ଭାରପ୍ରାପ୍ତ ସିଡିଏମ୍‌ଓ ଡାକ୍ତର ଗିରିଶ ଚନ୍ଦ୍ର ପତି।

ରାଜ୍ୟରେ ଉନ୍ନ ମାନର ସ୍ୱାସ୍ଥ୍ୟସେବାକୁ ନେଇ କେଡ଼େ କେଡ଼େ ଯୋଜନା କରାଯାଉଛି। ପୁଣି ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧା ରୋଗୀଙ୍କୁ ଫୋନ୍ କରି ନେଉଛନ୍ତି ଫିଡ୍‌ବ୍ୟାକ୍‌। ହେଲେ ଅଧାବାଟରେ ଧୋକା ଦେଉଥିବା ଆମ୍ବୁଲାନ୍ସ ଓ ଡାକ୍ତର ଅଭାବରୁ ଚରମ ଆକ୍ରୋଶ ଏସବୁ ଯୋଜନାକୁ ଯେପରି ଉପହାସ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe