Advertisment

ଆସି ପାରିଲାନି ଆମ୍ବୁଲାନ୍ସ, ପ୍ରସୂତିଙ୍କୁ ୩ କିମି ପାଣି ସୁଅରେ ପାର କଲେ ଲୋକେ

ବାଲେଶ୍ୱର(ରଣଜିତ ପାକଳ): ଗାଁ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆସି ପାରିଲାନି ୧୦୮ ଆମ୍ୱୁଲାନ୍ସ। ପ୍ରସୂତିଙ୍କୁ ୩ କିମି ପାଣି ସୁଅରେ ପାର କଲେ ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା  ସଦର ବ୍ଲକ୍‌ ଓଲନ୍ଦା ସାରେଙ୍ଗା ଗାଁରେ। ଗାଁର ସଙ୍ଗୀତା ମହାଳିକଙ୍କ ଆଜି ସକାଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେଣୁ ତାଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଲଗାଣ ବର୍ଷା ଯୋଗୁଁ ଗାଁର ରାସ୍ତା […]

ଅଦ୍ୟତନ ହୋଇଛି
ଆସି ପାରିଲାନି ଆମ୍ବୁଲାନ୍ସ, ପ୍ରସୂତିଙ୍କୁ ୩ କିମି ପାଣି ସୁଅରେ ପାର କଲେ ଲୋକେ

balaeswar

Advertisment

ବାଲେଶ୍ୱର(ରଣଜିତ ପାକଳ): ଗାଁ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆସି ପାରିଲାନି ୧୦୮ ଆମ୍ୱୁଲାନ୍ସ। ପ୍ରସୂତିଙ୍କୁ ୩ କିମି ପାଣି ସୁଅରେ ପାର କଲେ ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା  ସଦର ବ୍ଲକ୍‌ ଓଲନ୍ଦା ସାରେଙ୍ଗା ଗାଁରେ।

Advertisment

ଗାଁର ସଙ୍ଗୀତା ମହାଳିକଙ୍କ ଆଜି ସକାଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେଣୁ ତାଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଲଗାଣ ବର୍ଷା ଯୋଗୁଁ ଗାଁର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ତେଣୁ ଗାଁଠାରୁ ୩  କିମି ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ । ଫଳରେ ପ୍ରସୂତିଙ୍କ ପରିବାର ଓ ଗାଁ ଲୋକେ ତାଙ୍କୁ ପାଣି ସୁଅରେ ବାଡ଼ି ସାହାଯ୍ୟରେ  ୩ କିମି ରାସ୍ତା ପାର କରି ଆମ୍ୱୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଏହାପରେ ପ୍ରସୂତିଙ୍କୁ ଜିଲ୍ଲା ମେଡିକାଲକୁ ନିଆଯାଇଥିଲା। ଏବେ ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe