ଆସିକା(ମନୋଜ ମୁନି): ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଲେ ଗର୍ଭବତୀ ମାଉସୀ ଓ ଝିଆରୀ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟି ନଡ଼ା ଫାଣ୍ଡି ଅଞ୍ଚଳରେ ଘଟିଛି। ମୃତାଦ୍ୱୟ ହେଲେ ରଶ୍ମିତା ପରିଡା ଓ ତାଙ୍କ ଝିଆରୀ ଆଶା ରାଣୀ ଖଣ୍ଡୁଆଳ। ଏହି ଦୁର୍ଘଟଣାରୁ ରଶ୍ମିତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗର୍ଭବତୀ ରଶ୍ମିତା ନିଜ ଝିଆରୀ ଆଶାରାଣୀଙ୍କ ସହ ଆଜି ସକାଳେ ମର୍ଣ୍ଣିଂ ଓ୍ୱାକ୍ରେ ଯାଉଥିଲେ। ଆସିକା ଓ କବି ସୂର୍ଯ୍ୟନଗର ମୁଖ୍ୟ ରାସ୍ତାର କେ. ଲଛମନପଲି ନିକଟ ମଶାଣି ପାଖ ରୋଡ ନିକଟରେ ଏକ ଗାଡ଼ି ପଛରୁ ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମୃତା ରଶ୍ମିତାଙ୍କ ୧୦ ବର୍ଷର ପୁଅ ରାଜା l
ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ସ୍ଥଳରେ ରଶ୍ମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆସିକା ମେଡିକାଲରେ ଝିଆରୀ ଆଶାରାଣୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଡ୍ରାଇଭରଙ୍କ ସମ୍ପର୍କରେ କିଛି ସୂଚନା ମିଳି ନାହିଁ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
କ’ଣ ଛଅଟା ଜାଗାରେ ଜନ୍ମ ହୋଇଥିଲେ ଭୀମ ଭୋଇ?
ତାଙ୍କର ଜନ୍ମସ୍ଥାନ ଓ ଜନ୍ମ ବର୍ଷକୁ ନେଇ ନୂଆ ନୂଆ ବିବାଦ ସର୍ବଦା ଶୁଣିବାକୁ ମିଳେ। ନିକଟରେ ପ୍ରକାଶିତ ସେହିଭଳି ଏକ ଖବର ଅନୁସାରେ ଯଦି ବୌଦ୍ଧ ଜିଲ୍ଲା ଗୋପପୁର ଗ୍ରାମକୁ ଆଲୋଚନା ପରିସରକୁ ନିଆଯିବ ତେବେ ଏହା ତାଙ୍କର ଷଷ୍ଠ ଜନ୍ମସ୍ଥାନ ହେବ। ଏହା ପୂର୍ବରୁ ଭୀମ ଭୋଇଙ୍କ ଜନ୍ମସ୍ଥାନକୁ ନେଇ ପାଞ୍ଚଟି ସ୍ଥାନ ସମ୍ପର୍କରେ ବିଭିନ୍ନ ଗବେଷକ ଯୁକ୍ତି କରିଛନ୍ତି।

Miscellaneous
ଏକକାଳୀନ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୩୦ ଓଏଏସ୍ ଅଫିସର
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିନେଦୁଇଦିନ ମଧ୍ୟରେ ଏହି ଅଫିସରମାନଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ ହେବାନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି।

Guest Column
ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ସରକାର?
ଓଡ଼ିଶାରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ନେଇ ଏବେ କୌଣସି ଦ୍ୱନ୍ଦ ନାହିଁ। ସେହି ଦୃଷ୍ଟିରୁ ଏହି ଶିକ୍ଷାନୀତି ବଳରେ ରାଜ୍ୟର ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର କିପରି ଶିକ୍ଷା ବିକଶିତ ହେବ ଓ ସବୁ ଶ୍ରେଣୀର ଲୋକ ଗୁଣାତ୍ମକ ଶିକ୍ଷା ସବୁ ସ୍ତରରେ ପାଇବେ ସେନେଇ ଶିକ୍ଷାବିତ୍ ଓ ଶିକ୍ଷକମାନଙ୍କ ପକ୍ଷରୁ ଯେପରି ଆଲୋଚନା ହେବା କଥା ତାହା ଏପର୍ଯ୍ୟନ୍ତ ହୋଇନାହିଁ।

Politics
ସରକାରୀ ନିୟମକୁ ଫୁ’: ଓରେରାରେ ୭୦ବର୍ଷର କର୍ମଚାରୀଙ୍କୁ ପୁଣି ଥଇଥାନ, ସଚିବଙ୍କ କ୍ଷମତା ହ୍ରାସ
ସବୁ ନିୟମକୁ ଫୁ’ କରି ରାତାରାତି ଜଣେ ଷ୍ଟେନୋ ପାହ୍ୟା(ବ୍ୟକ୍ତିଗତ ସହାୟକ/ବ୍ୟକ୍ତିଗତ ସଚିବ)ର ୭୦ବର୍ଷ ବୟସ୍କ ଅବସରପ୍ରାପ୍ତ କର୍ମଚାରୀ କୈଳାସ ଚନ୍ଦ୍ର ଚୌଧୁରୀଙ୍କୁ ଗତ ମାର୍ଚ୍ଚ ୨୯ତାରିଖରେ ଓଡ଼ିଶା ରିଏଲ ଇଷ୍ଟେଟ୍ ନିୟନ୍ତ୍ରକ ପ୍ରାଧିକରଣ(ଓରେରା)ରେ କନସଲଟାଣ୍ଟ ଭାବେ ଥଇଥାନ କରାଯାଇଛି ।

Politics
ମିଛ ସତ୍ୟପାଠ ଦେଇନାହାନ୍ତି ତ ବିଜେଡି ବିଧାୟକ ତୁଷାରକାନ୍ତି: ଆଇଆଇଟିରୁ ଏମଟେକ୍ ଡିଗ୍ରୀ ଥାଇବି ଠକି ନେଲେ ସାଇବର ଠକ
୨୦୨୪ ନିର୍ବାଚନୀ ସତ୍ୟପାଠରେ ନିଜ ସ୍ଥାବର-ଅସ୍ଥାବର ସମ୍ପତ୍ତି ଓ ପତ୍ନୀଙ୍କ ସମ୍ପତ୍ତି ମିଶି ମୋଟ୍ ୯୭ଲକ୍ଷ ଟଙ୍କା ଦର୍ଶାଇଥିବା ତୁଷାରକାନ୍ତି କେଉଁଠୁ ଏତେ ପରିମାଣର ଅର୍ଥ ଆଣିଲେ ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।