ପିଟି ଦେଲା ଅଜଣା ଗାଡ଼ି; ଗର୍ଭବତୀ ମାଉସୀ ସହ ଆଖି ବୁଜିଲା ଝିଆରୀ

ଆସିକା(ମନୋଜ ମୁନି): ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଲେ ଗର୍ଭବତୀ ମାଉସୀ ଓ ଝିଆରୀ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟି ନଡ଼ା ଫାଣ୍ଡି ଅଞ୍ଚଳରେ ଘଟିଛି।  ମୃତାଦ୍ୱୟ ହେଲେ ରଶ୍ମିତା ପରିଡା ଓ ତାଙ୍କ ଝିଆରୀ ଆଶା ରାଣୀ ଖଣ୍ଡୁଆଳ। ଏହି ଦୁର୍ଘଟଣାରୁ ରଶ୍ମିତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗର୍ଭବତୀ ରଶ୍ମିତା ନିଜ ଝିଆରୀ ଆଶାରାଣୀଙ୍କ ସହ […]

accident

Jyoshna Pradhan
  • Published: Monday, 31 August 2020
  • , Updated: 31 August 2020, 11:52 AM IST

ଆସିକା(ମନୋଜ ମୁନି): ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଲେ ଗର୍ଭବତୀ ମାଉସୀ ଓ ଝିଆରୀ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟି ନଡ଼ା ଫାଣ୍ଡି ଅଞ୍ଚଳରେ ଘଟିଛି।  ମୃତାଦ୍ୱୟ ହେଲେ ରଶ୍ମିତା ପରିଡା ଓ ତାଙ୍କ ଝିଆରୀ ଆଶା ରାଣୀ ଖଣ୍ଡୁଆଳ। ଏହି ଦୁର୍ଘଟଣାରୁ ରଶ୍ମିତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗର୍ଭବତୀ ରଶ୍ମିତା ନିଜ ଝିଆରୀ ଆଶାରାଣୀଙ୍କ ସହ ଆଜି ସକାଳେ  ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିଲେ। ଆସିକା ଓ କବି ସୂର୍ଯ୍ୟନଗର ମୁଖ୍ୟ ରାସ୍ତାର କେ. ଲଛମନପଲି ନିକଟ ମଶାଣି ପାଖ ରୋଡ ନିକଟରେ ଏକ ଗାଡ଼ି ପଛରୁ ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା।  ଘଟଣାସ୍ଥଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମୃତା ରଶ୍ମିତାଙ୍କ ୧୦ ବର୍ଷର ପୁଅ ରାଜା l

ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ସ୍ଥଳରେ ରଶ୍ମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆସିକା ମେଡିକାଲରେ ଝିଆରୀ ଆଶାରାଣୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଡ୍ରାଇଭରଙ୍କ ସମ୍ପର୍କରେ କିଛି ସୂଚନା ମିଳି ନାହିଁ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 

Related story