Advertisment

ଆମ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର: ଖଟିଆରେ ପ୍ରସବ କଲେ ଦୁଇ ପ୍ରସୂତି

ଉମରକୋଟ/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନାହିଁ। ଖଟିଆ ପାଲଟୁଛି ଆମ୍ବୁଲାନ୍ସ। ବେଳେ ବେଳେ ଏମିତି ପରିସ୍ଥିତି ଦେଖାଦେଉଛି ଯେଉଁଠି ଖଟିଆରେ ପିଲା ଜନ୍ମ କରୁଛନ୍ତି ମାଆ। ଆମ ରାଜ୍ୟରେ ପ୍ରତିଦିନ ଗାଁ ଗହଳିରୁ ଆସୁଛି ଏମିତି ବିକାଶର ଏବଂ ଆମ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର। ରାଜ୍ୟରେ ଏମିତି ବାରମ୍ବାର ଘଟି ଚାଲିଥିଲେ ମଧ୍ୟ ରାଜ୍ୟ ସରକାରଙ୍କର ଚେତା ପଶୁନି। ଲାଗୁଛି ସତେ ଯେମିତି ‘ଜନନୀ ସୁରକ୍ଷା’ ନେଇ କରାଯାଇଥିବା ବ୍ୟବସ୍ଥା ଭିତରେ ହଜିଯାଉଛି ଗାଁ ଗହଳିର ଅସହାୟ ମା’ […]

author-image
Sampad Mahapatra
ଆମ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର: ଖଟିଆରେ ପ୍ରସବ କଲେ ଦୁଇ ପ୍ରସୂତି

balasore

ଉମରକୋଟ/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନାହିଁ। ଖଟିଆ ପାଲଟୁଛି ଆମ୍ବୁଲାନ୍ସ। ବେଳେ ବେଳେ ଏମିତି ପରିସ୍ଥିତି ଦେଖାଦେଉଛି ଯେଉଁଠି ଖଟିଆରେ ପିଲା ଜନ୍ମ କରୁଛନ୍ତି ମାଆ।

Advertisment

ଆମ ରାଜ୍ୟରେ ପ୍ରତିଦିନ ଗାଁ ଗହଳିରୁ ଆସୁଛି ଏମିତି ବିକାଶର ଏବଂ ଆମ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର। ରାଜ୍ୟରେ ଏମିତି ବାରମ୍ବାର ଘଟି ଚାଲିଥିଲେ ମଧ୍ୟ ରାଜ୍ୟ ସରକାରଙ୍କର ଚେତା ପଶୁନି। ଲାଗୁଛି ସତେ ଯେମିତି ‘ଜନନୀ ସୁରକ୍ଷା’ ନେଇ କରାଯାଇଥିବା ବ୍ୟବସ୍ଥା ଭିତରେ ହଜିଯାଉଛି ଗାଁ ଗହଳିର ଅସହାୟ ମା' ମାନଙ୍କ ଯନ୍ତ୍ରଣା।

ଆଜି ଏମିତି ଦୁଇଟି ଘଟଣା ବାଲେଶ୍ୱର ଓ ନବରଙ୍ଗପୁର ଜିଲ୍ଲାରେ ଘଟିଛି। ଯାହା ରାଜ୍ୟରେ ଜନନୀ ସୁରକ୍ଷା ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

balasoreପୂରା ଘଟଣା ଏମିତି। ଆଜି ସକାଳେ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଖରୀସାହିର ମୀନା ମାଝି ଗର୍ଭଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଆଶାକର୍ମୀ ପହଞ୍ଚି ପ୍ରସବ କରାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଏହା ସମ୍ଭବ ହୋଇ ନ ପାରିବାରୁ ଡାକ୍ତରଖାନା ନେବା ପାଇଁ ୧୦୨ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ।

ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଆମ୍ୱୁଲାନ୍ସ ଆସି ପହଞ୍ଚିଥିଲା। ମାତ୍ର ଘର ପାଖକୁ ଆମ୍ୱୁଲାନ୍ସ ଯାଇପାରିଲା ନାହିଁ। ଶେଷରେ କିଛି ଉପାୟ ନପାଇ ଆଶାକର୍ମୀ ଗାଁ ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଖଟିଆରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ।

ହେଲେ ଖଟିଆରେ ଆସୁ ଆସୁ ଗର୍ଭବତୀ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପରେ ଡାକ୍ତରଖାନାରେ ମୀନା ଆଉ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏବେ ମାଆ ଓ ଦୁଇ ଶିଶୁ କନ୍ୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

nabarangapurସେହିପରି ଆଉ ଏକ ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି।ଗତକାଲି ରାତି ଝରିଗାଁ ବ୍ଲକ୍‌ଠାରୁ ଦୁଇ କିଲୋମିଟର ଦୂର ବାଗବେଡ଼ା ଗାଁର ଲଛଣା ସାନ୍ତାଙ୍କ ସ୍ତ୍ରୀ ହୁଣ୍ଡା ସାନ୍ତା ଗର୍ଭଯନ୍ତ୍ରଣା ପାଇଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଓ ରାତିରେ ବର୍ଷା ଲାଗି ରହିଥିବାରୁ ସେ ମେଡିକାଲ ଯାଇପାରିନଥିଲେ।

ଆଜି ଭୋର ୫ଟା ବେଳେ ପରିବାର ଲୋକେ ଗର୍ଭବତୀଙ୍କୁ ଖଟିଆରେ ବୋହି ନେଇଥିଲେ। ତେବେ ଅଧା ରାସ୍ତାରେ ଖଟିଆରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ହୁଣ୍ଡା। ଏହା ପରେ ଆମ୍ବୁଲାନ୍ସ ପାଖାରେ ପହଞ୍ଚିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତମାନ ଦୁହିଁଙ୍କ ସ୍ୱସ୍ଥ୍ୟ ଅବସ୍ଥା ଠିକ ଥିବାର ଡାକ୍ତର କହିଛନ୍ତି।