Advertisment

ମେ’ ୧ ପାଇଁ ପ୍ରସ୍ତୁତି; ଅନଲାଇନ୍ ରେଜିଷ୍ଟ୍ରେଶନ ପରେ ହେବ ସ୍ଲଟ୍ ବୁକିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ଟିକା। ପ୍ରଥମ ୨ଟି ପର୍ଯ୍ୟାୟ ଶେଷ ହେବାକୁ ବସିଥିବା ବେଳେ  ୩ୟ ପର୍ଯ୍ୟାୟରେ ମେ’ ୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବ  ଟିକା ।  ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଥିବା ବେଳେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ନାମ ପଞ୍ଜୀକରଣ । ଟିକାକରଣ ନିମନ୍ତେ କୋୱିନ ପୋର୍ଟାଲରେ ୨ଟି ପଦ୍ଧତିରେ ପଞ୍ଜୀକରଣ କରିହେବ। ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଏହାପରେ ଟିକାରେ ଉପଲବ୍ଧତାକୁ […]

ମେ’ ୧ ପାଇଁ ପ୍ରସ୍ତୁତି; ଅନଲାଇନ୍ ରେଜିଷ୍ଟ୍ରେଶନ ପରେ ହେବ ସ୍ଲଟ୍ ବୁକିଂ

Bijay-Panigrahi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ଟିକା। ପ୍ରଥମ ୨ଟି ପର୍ଯ୍ୟାୟ ଶେଷ ହେବାକୁ ବସିଥିବା ବେଳେ  ୩ୟ ପର୍ଯ୍ୟାୟରେ ମେ’ ୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବ  ଟିକା ।  ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଥିବା ବେଳେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ନାମ ପଞ୍ଜୀକରଣ ।

Advertisment

ଟିକାକରଣ ନିମନ୍ତେ କୋୱିନ ପୋର୍ଟାଲରେ ୨ଟି ପଦ୍ଧତିରେ ପଞ୍ଜୀକରଣ କରିହେବ। ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଏହାପରେ ଟିକାରେ ଉପଲବ୍ଧତାକୁ ଦେଇ  ଆପଏଣ୍ଟମେଣ୍ଟ ପ୍ରକିୟା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଆସିବାକୁ କୁହାଯିବ।  ଏଥିନିମନ୍ତେ ସ୍ଲଟ ବୁକିଂ କରାଯିବ । କିଏ, କେଉଁଠି, କେତେବେଳେ ଟିକା ନେବେ ସେନେଇ ମେସେଜ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏ ଯାବତ ୫୫ ଲକ୍ଷ ୫୦ ହଜାର ୩୮୦ ଜଣଙ୍କ ଟିକାକରଣ ସରିଲାଣି। ଆଜି ୫୪୦ କେନ୍ଦ୍ରରେ ଟିକାକରଣ ଚାଲିଛି। କୋଭିସିଲ୍ଡ ଟିକା ୨.୦୫ ଲକ୍ଷ  ଓ  କୋଭାକ୍ସିନ ୩.୭ ଟିକା ମହଜୁଦ ଅଛି। ଏହାଦ୍ୱାରା ୨ ଦିନ ଟିକାକରଣ ପ୍ରକ୍ରିୟା ଚାଲିପାରିବ।

Advertisment

ଏହାପରେ ଫେଜ୍‌-୩ ଟିକାକରଣ ମେ ୧ରୁ କାର୍ଯ୍ୟକାରୀ ହେବ। ଆସନ୍ତ ୨୮ରୁ ଏଥିନିମନ୍ତେ ରେଜିଷ୍ଟ୍ରେଶନ ହେବ।  ଏଥିନିମନ୍ତେ ଆବଶ୍ୟକ ଟିକା ଯୋଗାଇ ଦେବାକୁ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଚିଠି ଲେଖାଯାଇଛି।  ହେଲେ କିଛି ପ୍ରତ୍ୟୁତ୍ତର ଆସି ନାହିଁ। ଏନେଇ ସୂଚନା ମିଳିବା ପରେ ତଥା ଟିକା ଆସି ପହଞ୍ଚିବା ପରେ ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯିବ। ପ୍ରତିଦିନ ପ୍ରାୟ ୯୦ରୁ ୧୦୦ ପ୍ରାଇଭେଟ ହସ୍ପିଟାଲରେ ଟିକାକରଣ ହେଉଛି। ଅବଶିଷ୍ଟ ସରକାରୀ କେନ୍ଦ୍ରରେ ଟିକାକରଣ ଚାଲିଛି।

ଅପରପକ୍ଷେ, ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି  କରୋନା ଟିକାର ପ୍ରଥମ ଡୋଜ ଘରୋଇ ହସ୍ପିଟାଲରୁ ନେଇଥିବା ବ୍ୟକ୍ତି ଚାହିଁଲେ ଦ୍ୱିତୀୟ ଡୋଜ  ସରକାରୀ ଡାକ୍ତରଖାନାରୁ ମାଗଣାରେ ନେଇପାରିବେ। କିନ୍ତୁ ଦ୍ୱିତୀୟ ଡୋଜ ଘରୋଇ ହସ୍ପିଟାଲରୁ ନେଲେ ନୂତନ ଭାବେ ନିର୍ଦ୍ଧାରିତ ହୋଇଥିବା ଦର ଦେବାକୁ ପଡ଼ିବ। ପ୍ରଥମ ଡୋଜ୍ ନେବା ପରେ ଯଦି କେହି ସଂକ୍ରମିତ ହୁଏ ତେବେ ସୁସ୍ଥ ହେବାର ୪ ସପ୍ତାହ ପରେ ୨ୟ ଡୋଜ୍ ନେଇପାରିବେ ବୋଲି ପରାମର୍ଶ ଦିଆଯାଇଛି।

ପ୍ରାଇଭେଟ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖରେ କେଉଁ ଟିକା ଅଛି, ଷ୍ଟକ କେତେ ଅଛି, କେତେ ରେଟ ଅଛି ତାହା ଅନଲାଇନ୍‌ରେ ଜଣାଇବେ। ଏହାଦେଖି ଜଣେ ବ୍ୟକ୍ତି କେଉଁଠିକୁ ଯିବ, କେଉଁ ଟିକା ନେବ ନିଜେ ନିଷ୍ପତ୍ତି ନେଇପାରିବ। ଏସବୁ କୋୱିନ ପୋର୍ଟାଲରେ ପଞ୍ଜୀକୃତ ହୋଇ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe