Advertisment

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ। ଆଜି ରାତି ପ୍ରାୟ ସାଢେ ୯ଟାରେ ବ୍ରହ୍ମପୁର ବଡ଼ବଜାରର ଦେଶୀ ବେହେରା ସାହି ସ୍ଥିତ ମା’ ବୁଢ଼ୀ ଠାକୁରାଣୀଙ୍କ ବାପ ଘର ଆଗରେ ଏକ ବୈଠକ ହେବ। ଏଥିରେ ସହରର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେବେ। ଏହି ବୈଠକରେ ସିଦ୍ଧାନ୍ତି ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ। ଏହାପରେ ସମସ୍ତେ ଶୁଭଖୁଣ୍ଟି ଧରି ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯିବେ। […]

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି

budhithakurani

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ।

Advertisment

ଆଜି ରାତି ପ୍ରାୟ ସାଢେ ୯ଟାରେ ବ୍ରହ୍ମପୁର ବଡ଼ବଜାରର ଦେଶୀ ବେହେରା ସାହି ସ୍ଥିତ ମା’ ବୁଢ଼ୀ ଠାକୁରାଣୀଙ୍କ ବାପ ଘର ଆଗରେ ଏକ ବୈଠକ ହେବ। ଏଥିରେ ସହରର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେବେ। ଏହି ବୈଠକରେ ସିଦ୍ଧାନ୍ତି ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ।

ଏହାପରେ ସମସ୍ତେ ଶୁଭଖୁଣ୍ଟି ଧରି ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯିବେ। ସେଠାରେ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ବିରାଟ ପଟୁଆରରେ ଆସି ଦେଶୀ ବେହେରା ସାହି ସ୍ଥିତ ମା’ ବୁଢ଼ୀ ଠାକୁରାଣୀଙ୍କ ବାପ ଘର ଦେଶୀ ବେହେରାଙ୍କ ଘର ସମ୍ମୁଖରେ ପୋତା ଯିବ।

Advertisment

ଏହି ସମସ୍ତ କାର୍ଯ୍ୟ ପାଇଁ ରାତି ୯ଟା ୩୦ ରୁ ରାତି ୧ଟା ୩୯ ଯାଏ ଶୁଭ ମୁହୂର୍ତ୍ତ ରହିଛି।

ଶୁଭଖୁଣ୍ଟି ସ୍ଥାପନ ପରେ ତା’ ପର ଦିନ ଠାରୁ ମା’ଙ୍କ ଅସ୍ଥାୟୀ ପୀଠର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରତି ୨ ବର୍ଷରେ ଥରେ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe