Advertisment

‘ଅମ୍ଫାନ’ ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଭଦ୍ରକ(ପାର୍ଥସାରଥୀ ନାୟକ): ବାତ୍ୟା ’ଅମ୍ଫାନ’ର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। ବିଶେଷ କରି ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିସହ ଧାମରା ଏବଂ ଚାନ୍ଦବାଲିକୁ ୨ଟି ଏନ୍‌ଡିଆର୍‌ଏଫ୍‌  ଟିମ୍‌ ପଠାଯାଇଥିବା ବେଳେ ଆଜି ବାସୁଦେବପୁରକୁ ଓଡ୍ରାଫ୍‌ର ଏକ ଟିମ୍‌କୁ ପଠାଯାଇଛି। ସେହିଭଳି ଭଦ୍ରକ ମୁଖ୍ୟାଳୟରେ ଗୋଟିଏ ଓଡ୍ରାଫ୍‌ ଟିମ୍‌କୁ ମୁତୟନ କରାଯାଇଛି। ଏହାସହ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ […]

‘ଅମ୍ଫାନ’ ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

bhadrak

Advertisment

ଭଦ୍ରକ(ପାର୍ଥସାରଥୀ ନାୟକ): ବାତ୍ୟା ’ଅମ୍ଫାନ’ର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। ବିଶେଷ କରି ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିସହ ଧାମରା ଏବଂ ଚାନ୍ଦବାଲିକୁ ୨ଟି ଏନ୍‌ଡିଆର୍‌ଏଫ୍‌  ଟିମ୍‌ ପଠାଯାଇଥିବା ବେଳେ ଆଜି ବାସୁଦେବପୁରକୁ ଓଡ୍ରାଫ୍‌ର ଏକ ଟିମ୍‌କୁ ପଠାଯାଇଛି।

Advertisment

ସେହିଭଳି ଭଦ୍ରକ ମୁଖ୍ୟାଳୟରେ ଗୋଟିଏ ଓଡ୍ରାଫ୍‌ ଟିମ୍‌କୁ ମୁତୟନ କରାଯାଇଛି। ଏହାସହ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଉଛି। ଆବଶ୍ୟକ ସ୍ଥଳେ ନିରାପଦ ଜାଗାକୁ ଚାଲିଯିବାକୁ ଲୋକଙ୍କୁ ପରାମର୍ଶ ମଧ୍ୟ ଦିଆଯାଉଛି।

ସୂଚନାଯୋଗ୍ୟ, ବାତ୍ୟା ‘ଅମ୍ଫାନ’ ସୁପର-ସାଇକ୍ଲୋନ୍‌ରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୫ଟା୩୦ ସୁଦ୍ଧା ଏହା ସୁପର ସାଇକ୍ଲୋନରେ ପରିଣତ ହେବା ଆଶଙ୍କା ରହିଛି। ‘ଅମ୍ଫାନ’ ୨୦ ତାରିଖ ଅପରାହ୍ନ/ସଂଧ୍ୟାରେ ଦୀଘା-ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଏବେ ଏହା ପାରାଦୀପଠାରୁ ୭୯୦ କି.ମି. ଦୂରରେ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe