Advertisment

କୋଭିଡ୍ ମୃତକଙ୍କୁ ସହାୟତା, ଆରମ୍ଭ ହେଲା ପ୍ରସ୍ତୁତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡରେ ମୃତ୍ୟୁବରଣ କରିଥିବା ନାଗରିକମାନଙ୍କ ପରିବାର ସଦସ୍ୟ ବା ନିକଟତମ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସମସ୍ତ ଜିଲ୍ଲାର ତହସିଲ ଏବଂ ବ୍ଲକ୍ଲସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା […]

କୋଭିଡ୍ ମୃତକଙ୍କୁ ସହାୟତା, ଆରମ୍ଭ ହେଲା ପ୍ରସ୍ତୁତି

odisha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡରେ ମୃତ୍ୟୁବରଣ କରିଥିବା ନାଗରିକମାନଙ୍କ ପରିବାର ସଦସ୍ୟ ବା ନିକଟତମ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସମସ୍ତ ଜିଲ୍ଲାର ତହସିଲ ଏବଂ ବ୍ଲକ୍ଲସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Advertisment

କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଧନୀ, ଗରୀବ ନିର୍ବିଶେଷରେ ସବୁ ବର୍ଗର ଲୋକ ଏହି ସହାୟତା ପାଇ ପାରିବେ। ଅନ୍ୟ କୌଣସି ଯୋଜନାରେ ସହାୟତା ପାଇଥିବା ବ୍ୟକ୍ତି ବା ପରିବାର ମଧ୍ୟ ଏହି ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ।

ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦରଖାସ୍ତ ଗ୍ରହଣ କରିବା ଠାରୁ ଆରମ୍ଭ କରି ଅନୁକମ୍ପା ରାଶି ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଲୋକଙ୍କ ନିମନ୍ତେ ସରଳ ଏବଂ ସହଜରେ ଉପଲବ୍ଧ କରିବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଏହି ପ୍ରକ୍ରିୟା ସହ ଜଡିତ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସେହିପରି ଅନୁଦାନ ପାଇଁ ମୃତ ବ୍ୟକ୍ତିଙ୍କ ପରିବାର ନିର୍ଦ୍ଧାରିତ ଫର୍ମରେ ଜିଲ୍ଲାପାଳମାନଙ୍କୁ ଅନଲାଇନ୍ ବା ଅଫ୍ଲାଇନରେ ଦରଖାସ୍ତ ଦେଇପାରିବେ। କୋଭିଡ୍ ପଜିଟିଭ ହୋଇ ୩୦ ଦିନ ମଧ୍ୟରେ ଘରୋଇ ପୃଥକବାସ/ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଦରଖାସ୍ତ ଗ୍ରହଣ, ମଞ୍ଜୁରୀ ଓ ସହାୟତା ପ୍ରଦାନ ଜିଲ୍ଲାସ୍ତରରେ ହେବ।

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ରାଜ୍ୟରେ କୋଭିଡ୍ ମହାମାରୀରେ ମୃତ ବ୍ୟକ୍ତିମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ୍‌)ରୁ ସହାୟତା ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe