Advertisment

ପିପିଲି ଉପନିର୍ବାଚନ ଲାଗି ପ୍ରସ୍ତୁତି ଚୂଡାନ୍ତ: ରାଜ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ସେହି ଆସନଟି ଖାଲି ପଡ଼ିଛି। ସେଠାରେ ଉପନିର୍ବାଚନ ହେବାକୁ ଯାଉଛି। ତେବେ କେବେ ନିର୍ବାଚନ ହେବ, ସେଥିପାଇଁ କେନ୍ଦ୍ର ନିର୍ବାଚନ କମିଶନର ଘୋଷଣା କରିନାହାନ୍ତି। ତେବେ ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ସେ କହିଛନ୍ତି, ଉପନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ବୁଥ୍‌ […]

ଅଦ୍ୟତନ ହୋଇଛି
ପିପିଲି ଉପନିର୍ବାଚନ ଲାଗି ପ୍ରସ୍ତୁତି ଚୂଡାନ୍ତ: ରାଜ୍ୟ ନିର୍ବାଚନ ଅଧିକାରୀ

by-polll

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ସେହି ଆସନଟି ଖାଲି ପଡ଼ିଛି। ସେଠାରେ ଉପନିର୍ବାଚନ ହେବାକୁ ଯାଉଛି। ତେବେ କେବେ ନିର୍ବାଚନ ହେବ, ସେଥିପାଇଁ କେନ୍ଦ୍ର ନିର୍ବାଚନ କମିଶନର ଘୋଷଣା କରିନାହାନ୍ତି। ତେବେ ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

Advertisment

ସେ କହିଛନ୍ତି, ଉପନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ବୁଥ୍‌ ଚିହ୍ନଟ ସହ ପୋଲିଂ କର୍ମଚାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି। ପ୍ରତି ବୁଥ୍‌ରେ ହଜାରେ ମଧ୍ୟରେ ଭୋଟର ଭୋଟ ଦେବେ। ଅଧିକ ବୁଥ୍‌ ପ୍ରତିଷ୍ଠା ଲାଗି ମଧ୍ୟ ବୁଥ୍‌ ଚିହ୍ନଟ ହୋଇଛି ବୋଲି ସୁଶୀଲ ଲୋହାନୀ କହିଛନ୍ତି।

ଅକ୍ଟୋବର ୩ ତାରିଖ ରାତିରେ ଯାତ୍ରା ମହାରଥୀ ପ୍ରଦୀପ ମହାରଥୀଙ୍କ ବିୟୋଗ ହୋଇଥିଲା। ତାଙ୍କ ବିୟୋଗ ପରେ ସେଠାରେ ହେବାକୁ ଥିବା ଉପନିର୍ବାଚନରେ କିଏ ପ୍ରତିଦ୍ୱନ୍ଦୀତା କରିବେ? ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ମହାରଥୀଙ୍କ ପୁଅ ରୁତ୍ର ଓ ପତ୍ନୀ ପ୍ରତିଭା ମହାରଥୀ ନାଁ ଚର୍ଚ୍ଚାରେ ରାହିଛି। ତେବେ ଉଭୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

Advertisment

ସେପଟେ ଶାସକ ବିଜେଡି ନିଜର ଦୁର୍ଗକୁ ସୁରକ୍ଷିତ ରଖିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ବିଜେଡି ସେଠାରେ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନ ସଜାଡ଼ିବାରେ ଲାଗିଥିବା ବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ପିପିଲି ବିଧାନସଭା ଉପନିର୍ବାଚନକୁ ନେଇ ନିଜର କାର୍ଡ ଖୋଲିନାହାନ୍ତି।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe