/odisha-reporter/media/post_attachments/uploads/2019/01/preparations-for-rath-yatra-begins-with-seeking-divine-permission-of-goddess-bada-raul-to-fell-trees-for-chariots.jpg)
preparations-for-rath-yatra-begins-with-seeking-divine-permission-of-goddess-bada-raul-to-fell-trees-for-chariots
ପୁରୀ (ଓଡ଼ିଶା ରିପୋର୍ଟର): ଆଗାମୀ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଶ୍ରୀମନ୍ଦିରରୁ ମାଳ ଓ ମହାପ୍ରସାଦ ନେଇ ନୀତି ପ୍ରଶାସକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିଛନ୍ତି। ମଙ୍ଗଳବାର ବଡ଼ରାଉଳ ଠାକୁରାଣୀଙ୍କ ମନ୍ଦିରରେ ହୋମ, ପୂଜାର୍ଚ୍ଚନା ଆଦି କରାଯିବ। ଠାକୁରାଣୀଙ୍କୁ ମାଳ ଓ ମହାପ୍ରସାଦ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ ଅସନ, ଫାସି ଓ ଧଉରା କାଠ ଆଦିକୁ କଟାଯିବା ପାଇଁ ମାଆ ବଡରାଉଳ ଠାକୁରାଣୀଙ୍କ ଅନୁମତି ପ୍ରଦାନ କରିବାର ପ୍ରଥା ପରମ୍ପରା ରହିଆସିଛି।
Advertisment
ସେହି ଅନୁସାରେ ନୟାଗଡ଼ ବନଖଣ୍ଡ ପକ୍ଷରୁ କାଠ କଟା ପ୍ରସ୍ତୁତି ଆରମ୍ଭ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
