Advertisment

ବ୍ଲୁ ବୁକ୍ ଅନୁସାରେ କରାଗଲା ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଛାଉଣୀରେ ରହିବ ବିମାନବନ୍ଦରରୁ ରାଜଭବନ। ମୁତୟନ ହେବେ ୫୫ ପ୍ଲାଟୁନ୍ ଫୋର୍ସ। ୩ ଶହ ଜଣ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ ସବୁ ସ୍ଥାନ ମାନଙ୍କରେ ମଧ୍ୟ କଡ଼ା […]

ଅଦ୍ୟତନ ହୋଇଛି
ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଶିବସେନା!

droupadi-murmu

Advertisment

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଛାଉଣୀରେ ରହିବ ବିମାନବନ୍ଦରରୁ ରାଜଭବନ। ମୁତୟନ ହେବେ ୫୫ ପ୍ଲାଟୁନ୍ ଫୋର୍ସ। ୩ ଶହ ଜଣ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ।

Advertisment

ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ ସବୁ ସ୍ଥାନ ମାନଙ୍କରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କିଭଳି ରହିବ ସୁରକ୍ଷା ବ୍ୟବସ୍ଥା ଆସନ୍ତାକାଲି ଫୁଲ ଡ୍ରେସ୍ ରିହରର୍ସାଲ କରାଯିବ। ଏହା ପୂର୍ବରୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ କିଭଳି ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ତାର ଆଜି ରିହର୍‌ର୍ସଲ କରିଛି ପୁଲିସ।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆସନ୍ତାକାଲି ପୁରୀରେ ହେବ କାରକେଡ୍ ରିହର୍‌ର୍ସାଲ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପୁଲିସ ଫୋର୍ସ ଯୋଗାଇ ଦେଇଛନ୍ତି। ଶ୍ରୀମନ୍ଦିର ଓ ଶ୍ରୀମନ୍ଦିରରୁ ପୁରୀ ରାଜଭବନ ପର୍ଯ୍ୟନ୍ତ କାରକେଡ୍ ରିହର୍‌ର୍ସାଲ କରାଯିବ। ମନ୍ଦିର ଗସ୍ତ ସମୟ ଅନୁଯାୟୀ କାଲି ସକାଳେ ରିହର୍‌ର୍ସାଲ କରାଯିବ। ପୁଲିସ ପକ୍ଷରୁ ସୁରକ୍ଷାକୁ ନେଇ ପ୍ରସ୍ତୁତି ବୈଠକ କରାଯାଇଛି।

Advertisment

ଅନ୍ୟପଟେ ରାଷ୍ଟ୍ରପତିଙ୍କ ଠାକୁର ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି।

ପୁରୀ ଗସ୍ତ ବେଳେ ମୁତୟନ ହେବେ ୨୪ ପ୍ଲାଟୁନ ପୁଲିସ। ଦାୟିତ୍ୱରେ ରହିବେ SP ରାଙ୍କର ୫ ଓ ASP ରାଙ୍କର ୭ ଅଧିକାରୀଙ୍କ ସମେତ ୧୮ DSP, ୩୦ ଇନ୍ସପେକ୍ଟର, ୧୧୦ ଜଣ SI/ASI। ଏହାବାଦ୍ ୩୦୦ ହୋମଗାର୍ଡଙ୍କୁ ମଧ୍ୟ ସୁରକ୍ଷାରେ ମୁତାୟନ କରାଯିବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe