Advertisment

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଲିଙ୍ଗରାଜଙ୍କ ଦର୍ଶନରୁ ଆରମ୍ଭ ହେବ ଦିନ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବେ।

author-image
Niranjan Mishra
president

president

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳେ ପ୍ରାୟ ୯ଟା ବେଳେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଯିବା ଲାଗି ସ୍ଥିର ହୋଇଛି। ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୩୦ ମିନିଟ ବିତାଇବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲିଙ୍ଗରାଜ ଦର୍ଶନ ପରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦର ଯାଇ ସେଠାରୁ ହେଲିକପ୍ଟର ଯୋଗେ କଟକ ଯିବେ।

Advertisment

କଟକ ବିଦ୍ୟାଧରପୁରସ୍ଥିତ ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟରେ ଦ୍ୱିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସରେ ଯୋଗ ଦେବେ ରାଷ୍ଟ୍ରପତି। ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ପୁଲିସ ପକ୍ଷରୁ ଏକ କାରକେଡ୍ ରିହଲସଲ କରାଯିବା ସହ ପୁଲିସ ବ୍ରିଫିଂ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୨୦ ପ୍ଲାଟୁନ ପୁଲିସ ଫୋର୍ସ ସହ ଦେଢ ଶହ ଅଫିସର ମୁତୟନ ରହିବେ। ଖୋଦ କଟକ ଡିସିପି ସୁରକ୍ଷା ଦାୟିତ୍ୱରେ ରହିବେ। କାରକେଡ ରିହଲସଲରେ ୩୦ଟି ଗାଡି ସାମିଲ ହୋଇଥିଲା।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମସ୍ତ ସୁରକ୍ଷା ବ୍ଲୁ ବୁକ୍ ଅନୁସାରେ କରାଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି। ସେଠାରେ କାର୍ଯ୍ୟକ୍ରମ ସରିବା ପରେ ଭୁବନେଶ୍ୱର ବିମାନବନ୍ଦର ଆସି ଏଠାରୁ ପୁଣି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Advertisment
President Of India