Advertisment

ଦୁଇ ଦିନିଆ ପୁରୀ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିଲେ। ପୁରୀରେ ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଫେରିଯାଇଛନ୍ତି। ରାଷ୍ଟ୍ରପତିଙ୍କୁ ଗସ୍ତକୁ ନେଇ ଭୁବନେଶ୍ୱର ଏୟାରପୋର୍ଟ ଦୁଇ ଦିନ ଧରି କଡ଼ା ସୁରକ୍ଷା ବଳୟ ଭିତରେ […]

ଅଦ୍ୟତନ ହୋଇଛି
ଦୁଇ ଦିନିଆ ପୁରୀ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

president

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିଲେ। ପୁରୀରେ ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଫେରିଯାଇଛନ୍ତି। ରାଷ୍ଟ୍ରପତିଙ୍କୁ ଗସ୍ତକୁ ନେଇ ଭୁବନେଶ୍ୱର ଏୟାରପୋର୍ଟ ଦୁଇ ଦିନ ଧରି କଡ଼ା ସୁରକ୍ଷା ବଳୟ ଭିତରେ ଥିଲା। ପୁଲିସ ଡିଜିପି, ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

ଏହା ପୂର୍ବରୁ ରାଷ୍ଟ୍ରପତି ତାଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ପହଞ୍ଚି ମଠ ପରିଦର୍ଶନ କରିଥିଲେ। ତାଙ୍କ ସହ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଉପସ୍ଥିତ ଥିଲେ। ଏହି ଅବସରରେ ମଠର ପ୍ରତିଷ୍ଠାତା ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କୁ ଭକ୍ତିଅର୍ଘ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ମଠ ବୁଲିବା ପରେ ରାଷ୍ଟ୍ରପତି ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏଠାରେ ରାଷ୍ଟ୍ରପତି କୋବିନ୍ଦ ଭକ୍ତିମାର୍ଗ ଓ ଶ୍ରୀଚୈତନ୍ୟଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ରାଷ୍ଟ୍ରପତି ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନିକଟରେ କରୋନା ମହାମାରୀକୁ ଦୂର କରିବା ପାଇଁ ପ୍ରାର୍ଥନା କରିଥିଲେ। ଭାରତବର୍ଷ ତଥା ବିଶ୍ୱରେ ଧାର୍ମିକ ବାତାବରଣ ତଥା ବିଶ୍ୱ ଭାତୃତ୍ୱଭାବ ସୃଷ୍ଟ ଦିଗରେ ସାଧୁ ସନ୍ନ୍ୟାସୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରପତି ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ, ନୀତି, ବାଣୀକୁ ସାରା ବିଶ୍ୱରେ ପ୍ରଚାର କରିଥିବା ଭକ୍ତି ସିଦ୍ଧାନ୍ତଙ୍କ ସିଦ୍ଧାନ୍ତ ଉପରେ ତର୍ଜମା କରିବା ସହ ସତ୍ୟ ଏକ କେବଳ ଏହାର ବାଖ୍ୟା ବୋଲି ସେ କହିଥିଲେ। ଭିନ୍ନ ଭିନ୍ନ ସାଧୁ ସନ୍ୟାସୀ ଭିନ୍ନ ଭନ୍ନ ଆକାରରେ ଏହାର ବର୍ଣ୍ଣନା କରିଛନ୍ତି ବୋଲି କହିବା ସହ ମୀରାବାଈଙ୍କ ଠାରୁ ସନ୍ଥ କବୀର, ଗୁରୁ ନାନକ ସମ୍ପର୍କରେ ତାଙ୍କର ଅଭିଭାଷଣ ରଖିଥିଲେ।

Advertisment

ଏହି ଅବସରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇ ଶ୍ରୀଚୈତନ୍ୟଙ୍କ ଦର୍ଶନ ଓ ଗୌଡ଼ୀୟ ମିଶନ୍ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀଲ ପ୍ରଭୁପାଦଙ୍କ ଜୀବନୀ ପୁସ୍ତକ ଆକାରର ରାଷ୍ଟ୍ରପତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ଜୟନ୍ତୀର ୧୫୦ତମ ବର୍ଷ ପୂର୍ତ୍ତି ମହୋତ୍ସବ ଆଜି ଶୁଭାରମ୍ଭ ହୋଇଥିବା ବେଳେ ଏହା ୩ ବର୍ଷ ବ୍ୟାପୀ ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ। ଆସନ୍ତା ବର୍ଷ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗ ଦେବେ ଏବଂ ୨୦୨୪ରେ ଏହା କୋଲକାତାରେ ଓ ୨୦୨୫ରେ ବିଦେଶରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe