ratha
ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଜଗତରନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମ ବେଦୀକୁ ଯିବେ ବିଶ୍ୱ ନିୟନ୍ତା। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସମଗ୍ର ଦେଶବାସୀଙ୍କୁ ସ୍ୱତନ୍ତ୍ର ଭାବେ ଓଡ଼ିଶାର ସମସ୍ତ ଶ୍ରଦ୍ଧାଳୁଙ୍କୁ ରଥ ଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତ ଦେଶବାସୀଙ୍କ ଜୀବନ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ରହୁ ବୋଲି ଟ୍ୱିଟ କରିଛନ୍ତି ରାଷ୍ଟ୍ରପତି ।
ରଥ ଯାତ୍ରା ଅବସରରେ ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧିରେ ଭରି ଦିଅନ୍ତୁ ବୋଲି କାମନା କରିଛନ୍ତି। ମହାପ୍ରଭୁଙ୍କ ରଥ ଯାତ୍ରା ଜଗତ ପାଇଁ ସୁଖ, ଶାନ୍ତି ଓ ଖୁସି ଆଣୁ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତୟ ରଥ ଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ରଥଯାତ୍ରାର ଲାଇଭ ଅପଡେଟ ପଢିବା ପାଇଁ କ୍ଲିକ କରନ୍ତୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/ratha-1.jpg)