Advertisment

କାଲି କରିଥା’ନ୍ତେ ନିର୍ବାଚନ ଡ୍ୟୁଟି, ଆଜି ଚାଲିଗଲା ଜୀବନ

ଅନୁଗୋଳ (ବିରଜା ପ୍ରସାଦ ଦାସ):  ରାତି ପାହିଲେ ପଡ଼ିବ ଭୋଟ୍‌। ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ । ହେଲେ ଏହା ପୂର୍ବରୁ ଘଟିଗଲାଣି ଅଘଟଣ । ନିର୍ବାଚନ ଡ୍ୟୁଟିରେ ଯୋଗ ଦେବାକୁ ଘରୁ ବାହାରି ଆଖି ବୁଜିଲେ ପ୍ରିଜାଇଡିଙ୍ଗ ଅଫିସର ଶୁଭେନ୍ଦୁ ନାୟକ । ଏପରି ଦୁଃଖଦ ଘଟଣା ଅନୁଗୋଳରେ ଘଟିଛି। ମୃତ ଶୁଭେନ୍ଦୁ ନାୟକଙ୍କ ଘର ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ କୁମୁରୁଶିଙ୍ଗା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହେଇଥିଲା। ଶୁଭେନ୍ଦୁ କୁମାର […]

author-image
Niharika Rout
ଅଦ୍ୟତନ ହୋଇଛି
କାଲି କରିଥା’ନ୍ତେ ନିର୍ବାଚନ ଡ୍ୟୁଟି, ଆଜି ଚାଲିଗଲା ଜୀବନ

dead

ଅନୁଗୋଳ (ବିରଜା ପ୍ରସାଦ ଦାସ):  ରାତି ପାହିଲେ ପଡ଼ିବ ଭୋଟ୍‌। ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ । ହେଲେ ଏହା ପୂର୍ବରୁ ଘଟିଗଲାଣି ଅଘଟଣ । ନିର୍ବାଚନ ଡ୍ୟୁଟିରେ ଯୋଗ ଦେବାକୁ ଘରୁ ବାହାରି ଆଖି ବୁଜିଲେ ପ୍ରିଜାଇଡିଙ୍ଗ ଅଫିସର ଶୁଭେନ୍ଦୁ ନାୟକ । ଏପରି ଦୁଃଖଦ ଘଟଣା ଅନୁଗୋଳରେ ଘଟିଛି।

Advertisment

ମୃତ ଶୁଭେନ୍ଦୁ ନାୟକଙ୍କ ଘର ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ କୁମୁରୁଶିଙ୍ଗା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହେଇଥିଲା। ଶୁଭେନ୍ଦୁ କୁମାର ନାୟକ ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ।

ଆଜି ନିର୍ବାଚନ କାର୍ଯ୍ୟରେ ପ୍ରିଜାଇଡିଙ୍ଗ ଅଫିସର ଭାବେ ଯୋଗ ଦେବାକୁ ଶୁଭେନ୍ଦୁ କୁମାର ନାୟକ ଘରୁ ବାହାରିଥିଲେ। ବଅଁରପାଳ ବ୍ଲକରେ ପୂର୍ବାହ୍ନ ୯ଟାରେ ଯୋଗ ଦେବାର ଥିଲା । ସେଥିପାଇଁ ସେ ଭୋରରୁ ଘରୁ ବାହାରୁ ଥିବା ସମୟରେ ଅଚେତ୍ ହୋଇ ପଡ଼ିଥିଲେ। ପରେ ତାଙ୍କୁ କିଶୋରନଗର ମେଡିକାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଜଣାପଡ଼ିଛି।

Advertisment
Unnatural Death Local Issue Odisha Panchayat Election 2022