Advertisment

ବହେ ମାଡ଼ ଖାଇଲେ ଦୁଇ ପ୍ରିଜାଇଡିଂ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ୍‌ ବାକ୍ସ ଟାମ୍ପରିଂ ଅଭିଯୋଗରେ ଦୁଇଟି ସ୍ଥାନରେ ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ହୋଇଛି। ଏପରି ଅଭିଯୋଗ ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରୁ ଆସିଛି। ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଣ୍ଡୁଆ ପଞ୍ଚାୟତ ୧୦ ନଂ ବୁଥ୍‌ରେ ଆଜି ଶୃଙ୍ଖଳିତ ମତଦାନ ହୋଇଥିଲା। ଅପରାହ୍ନ ଗୋଟାଏ ବେଳେ ଭୋଟ୍‌ ସରିବା ପରେ ଭୋଟ୍‌ ବାକ୍ସକୁ ରାହାମା ମିନି ଷ୍ଟାଡିୟମ୍‌ରେ ହୋଇଥିବା କଣ୍ଟ୍ରୋଲ୍‌ ରୁମ୍‌ରେ ଜମା […]

ଅଦ୍ୟତନ ହୋଇଛି
ବହେ ମାଡ଼ ଖାଇଲେ ଦୁଇ ପ୍ରିଜାଇଡିଂ ଅଫିସର

Bhadrak

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ୍‌ ବାକ୍ସ ଟାମ୍ପରିଂ ଅଭିଯୋଗରେ ଦୁଇଟି ସ୍ଥାନରେ ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ହୋଇଛି। ଏପରି ଅଭିଯୋଗ ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରୁ ଆସିଛି। ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଣ୍ଡୁଆ ପଞ୍ଚାୟତ ୧୦ ନଂ ବୁଥ୍‌ରେ ଆଜି ଶୃଙ୍ଖଳିତ ମତଦାନ ହୋଇଥିଲା। ଅପରାହ୍ନ ଗୋଟାଏ ବେଳେ ଭୋଟ୍‌ ସରିବା ପରେ ଭୋଟ୍‌ ବାକ୍ସକୁ ରାହାମା ମିନି ଷ୍ଟାଡିୟମ୍‌ରେ ହୋଇଥିବା କଣ୍ଟ୍ରୋଲ୍‌ ରୁମ୍‌ରେ ଜମା କରିବାକୁ ଆଣିଥିଲେ ପ୍ରିଜାଇଡିଂ ଅଫିସର। ହେଲେ ସେ ଜମା କରିବା ପରିବର୍ତ୍ତେ କଣ୍ଟ୍ରୋଲ୍‌ ରୁମ୍‌ଠାରୁ ଅଳ୍ପ ଦୂରରେ ନିରୁଳା ସ୍ଥାନରେ ବସି ଭୋଟ୍‌ ବାକ୍ସକୁ ଟାମ୍ପରିଂ କରୁଥିବା ଅଭିଯୋଗ ଆଣିଥିଲେ ପଣ୍ଡୁଆ ପଞ୍ଚାୟତ ଲୋକମାନେ।

ଏହା ପରେ ଗାଁ ଲୋକେ ପ୍ରିଜାଇଡିଂ ଅଫିସରଙ୍କୁ ଘେରିଥିଲେ। ଟଣାଓଟଣା ଓ ମାଡ଼ ମାରିଥିଲେ। ପ୍ରିଜାଇଡିଂ ଅଫିସରଙ୍କୁ ବଞ୍ଚାଇବାକୁ ଆସି କୁଜଙ୍ଗ ବିଡିଓଙ୍କ ମଧ୍ୟ ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ପରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲା। ପ୍ରଜାଇଡିଂ ଅଫିସରଙ୍କୁ ମାଡ଼ ଅଭିଯୋଗରେ ପୁଲିସ ୯ ଜଣଙ୍କୁ ଅଟକ ରଖିଛି। ପୁଲିସ ଗିରଫ ପ୍ରତିବାଦରେ ଗାଁ ଲୋକେ ଧାରଣାରେ ବସିଛନ୍ତି।

Advertisment

ସେପଟେ ଭଦ୍ରକ ଜିଲ୍ଲା ବ୍ଲକ୍‌ କୁମାରପୁର ପଞ୍ଚାୟତର ୧୦ ନମ୍ବର ବୁଥ୍‌ରେ ଭୋଟ୍‌ ଗ୍ରହଣ ହୋଇଥିଲା। ଭୋଟ୍‌ ଗ୍ରହଣ ପରେ ବାକ୍ସ ସିଲ କରି ଷ୍ଟ୍ରଙ୍ଗ ରୁମ୍‌କୁ ନେଇଥିଲେ ପ୍ରିଜାଇଡିଂ ଅଫିସର। ହେଲେ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କଣ୍ଟ୍ରୋଲ୍‌ ରୁମ୍‌ରେ ଭୋଟ ବାକ୍ସ ସିଲ ଖୋଲାଥିବା ଅଭିଯୋଗ ହୋଇଛି। ତେଣୁ ଟାମ୍ପରିଂ ଅଭିଯୋଗ ଆଣି ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିଥିଲେ ଉତ୍ତ୍ୟକ୍ତ ଲୋକ। ଏଥିସହ ବହୁ ସମୟ ଧରି ଅଟକାଇ ରଖିଥିଲେ। ପରେ ପୁଲିସ ତାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ। ଏବେ ମଧ୍ୟ ଭୋଟ ବକ୍ସ ରିସିଭିଙ୍ଗ ସେଣ୍ଟରରେ ଚାପା ଉତ୍ତେଜନା ଲାଗି ରହିଛି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe