Advertisment

ନିଜ କାର୍‌ରେ ଭୋଟ୍‌ ବାକ୍ସ ନେଉଥିଲେ ପ୍ରିଜାଇଡିଂ ଅଫିସର, ଲୋକେ ଘେରିଯାଇ ଭାଙ୍ଗିଲେ

ନୂଆପଡ଼ା(ମାୟାଧର ସରାଫ): ମତଦାନ ପରେ ଭୋଟ୍‌ ବାକ୍ସକୁ ନିଜ କାର୍‌ରେ ନେଇ ଯାଉଥିଲେ ପ୍ରିଜାଇଡିଂ ଅଫିସର। ତାତିଲେ ଗାଁ ଲୋକେ। ଆଉ ଭାଙ୍ଗିଲେ ପ୍ରିଜାଇଡିଂ ଅଫିସରଙ୍କ କାର୍‌। ଏହାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଆଜି ଏପରି ଅଭିଯୋଗ ନୂଆପଡ଼ା ଜିଲ୍ଲାରୁ ଆସିଛି। ଆଜି କୋମନା ବ୍ଲକ୍‌ ପାଏର ଗାଁ ୩ ନଂ ବୁଥ୍‌ରେ ମତଦାନ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଥିଲା। ଭୋଟରମାନେ ଶୃଙ୍ଖଳିତ ଭାବେ ଆସି ନିଜର ମତଦାନ ସାବ୍ୟସ୍ତ କରିଥିଲେ। […]

ନିଜ କାର୍‌ରେ ଭୋଟ୍‌ ବାକ୍ସ ନେଉଥିଲେ ପ୍ରିଜାଇଡିଂ ଅଫିସର, ଲୋକେ ଘେରିଯାଇ ଭାଙ୍ଗିଲେ

Nuapada

Advertisment

ନୂଆପଡ଼ା(ମାୟାଧର ସରାଫ): ମତଦାନ ପରେ ଭୋଟ୍‌ ବାକ୍ସକୁ ନିଜ କାର୍‌ରେ ନେଇ ଯାଉଥିଲେ ପ୍ରିଜାଇଡିଂ ଅଫିସର। ତାତିଲେ ଗାଁ ଲୋକେ। ଆଉ ଭାଙ୍ଗିଲେ ପ୍ରିଜାଇଡିଂ ଅଫିସରଙ୍କ କାର୍‌। ଏହାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଆଜି ଏପରି ଅଭିଯୋଗ ନୂଆପଡ଼ା ଜିଲ୍ଲାରୁ ଆସିଛି।

Advertisment

ଆଜି କୋମନା ବ୍ଲକ୍‌ ପାଏର ଗାଁ ୩ ନଂ ବୁଥ୍‌ରେ ମତଦାନ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଥିଲା। ଭୋଟରମାନେ ଶୃଙ୍ଖଳିତ ଭାବେ ଆସି ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଅପରାହ୍ନ ଗୋଟଏ ବେଳେ ମତଦାନ ସରିବା ପରେ ପୋଲିଂ କର୍ମଚାରୀମାନେ ଆସିଥିବା ବସ୍‌ରେ ଯିବା ପାଇଁ ବାହାରି ଥିଲେ। ଏପରିକି ଭୋଟ୍‌ବାକ୍ସକୁ ବସ୍‌ରେ ରଖାଯାଇଥିଲା।

ତେବେ ହଠାତ୍‌ କଣ ହେଲା, ପ୍ରିଜାଇଡିଂ ଅଫିସର ଆଣିଥିବା ନିଜ ଗାଡ଼ିରେ ଭୋଟ୍‌ ବାକ୍ସକୁ ନେଇ ଯାଉଥିଲେ। ଏ ସମ୍ପର୍କରେ ପାଏର ଗାଁର ଲୋକମାନେ ଜାଣିପାରି ପ୍ରିଜାଇଡିଂ ଅଫିସରଙ୍କ ଗାଡ଼ିକୁ ଘେରି ଯାଇଥିଲେ। କରରେ କାହିଁକି ଭୋଟ୍‌ ବାକ୍ସ ନେଇ ଯାଉଛ ବୋଲି ପଚାରିଥିଲେ। ଯାହାର ଉତ୍ତର ଦେପାରିନଥିଲେ ପ୍ରିଜାଇଡିଂ ଅଫିସର। ଏହା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଉତ୍ତ୍ୟକ୍ତ ଲୋକମାନେ ପ୍ରଜାଇଡିଂ ଅଫିସରଙ୍କ କାର ଭଙ୍ଗାରୁଜା କରିଥିଲେ। ମତଦାନ ସରିଥିଲେ ମଧ୍ୟ ପୋଲିଂ ପାର୍ଟିଂକୁ ଛାଡ଼ିନଥିଲେ ଲୋକେ। ଖବର ପାଇଁ କୋମନା ବିଡିଓ ଓ ନୂଆପଡ଼ା ଉପଜିଲ୍ଲାପାଳ ସେଠାରେ ପହଞ୍ଚିଥିଲେ। ଉଭୟ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ପ୍ରିଜାଇଡିଂ ଅଫିସର କାହିଁକି ନିଜ ଗାଡ଼ିରେ ଭୋଟ୍‌ ବାକ୍ସ ନେଉଥିଲେ ବୋଲି ପ୍ରଶ୍ନ କରିଥିଲେ।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe