Advertisment

'ଘଟଣା ପୂର୍ବଦିନ ରାତିସାରା ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିଥିଲା ପରୀ ହତ୍ୟା ଅଭିଯୁକ୍ତ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଏସଆଇଟି । ଆଜି ସାମ୍ବାଦିକ ସମ୍ମିଳନୀ କରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ବୋଲି କହିଛନ୍ତି । ସରୋଜ ପରୀକୁ ଘରକୁ ଡାକି ତଣ୍ଟି ଚିପି ହତ୍ୟା କରିବା ପରେ ତା’ ସହ ଦୁଷ୍କର୍ମ କରିଥିବା ସେ କହିଛନ୍ତି । ଏସଆଇଟି ମୁଖ୍ୟ ଅରୁଣ ଆହୁରି କହିଛନ୍ତି ଯେ, ସରୋଜ ମୋବାଇଲରେ ଚାଇଲ୍ଡ […]

author-image
Madhupriya Mistry
ଅଦ୍ୟତନ ହୋଇଛି
'ଘଟଣା ପୂର୍ବଦିନ ରାତିସାରା ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିଥିଲା ପରୀ ହତ୍ୟା ଅଭିଯୁକ୍ତ'

arun-bothra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଏସଆଇଟି । ଆଜି ସାମ୍ବାଦିକ ସମ୍ମିଳନୀ କରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ବୋଲି କହିଛନ୍ତି । ସରୋଜ ପରୀକୁ ଘରକୁ ଡାକି ତଣ୍ଟି ଚିପି ହତ୍ୟା କରିବା ପରେ ତା' ସହ ଦୁଷ୍କର୍ମ କରିଥିବା ସେ କହିଛନ୍ତି ।

Advertisment

ଏସଆଇଟି ମୁଖ୍ୟ ଅରୁଣ ଆହୁରି କହିଛନ୍ତି ଯେ, ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା । ତା’ର ମୋବାଇଲ ନଥିଲା। କିନ୍ତୁ ତା’ ସାନ ଭଉଣୀର ମୋବାଇଲ୍ ଥିଲା। ତା’ ସାନ ଭଉଣୀ ଚାକିରି କରନ୍ତି। ସେ ଦିନ ବେଳେ ଅଫିସ୍ ଯାଆନ୍ତି। ତେବେ ରାତିରେ ଅଭିଯୁକ୍ତ ତାଙ୍କ ମୋବାଇଲ ବ୍ୟବହାର କରୁଥିଲା। ଅଶ୍ଲୀଳ ଫିଲ୍ମ ଦେଖିବା ପରେ ସେଗୁଡ଼ିକୁ ଡିଲିଟ୍ କରି ଦେଉଥିଲା। ଏପରିକି ମୋବାଇଲ ଫୋଲ୍ଡରେର ପର୍ଣ୍ଣୋ ଫିଲ୍ମ ରଖି ଲକ୍ ପକାଇଥିଲା।

ଏସ୍‌ଆଇଟି ମୁଖ୍ୟ କହିଛନ୍ତି, ଘଟଣା ପୂର୍ବଦିନ ରାତିସାରା ସରୋଜ ପର୍ଣ୍ଣ ଫିଲ୍ମ ଦେଖିଥିଲା । ରାତିସାରା ଅଶ୍ଳୀଳ ଫିଲ୍ମ ଦେଖିବା ପରେ ଝିଅଟି ଘରକୁ ଆସିବା ପରେ ତା'ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ଝିଅଟି ଚିତ୍କାର କରିବାରୁ ତାକୁ ମାରି ଦୁଷ୍କର୍ମ କରିଥିଲା। ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ଏଭଳି କରିଥିବା ଅଭିଯୁକ୍ତ ନିଜେ ସ୍ୱୀକାର କରିଛି । ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୁରାଇ ପୋଖରୀକୁ ଫିଙ୍ଗି ଦେଇଥିଲା ।

Advertisment

ଅଧିକ ପଢ଼ନ୍ତୁ : 'ମୋତେ ବାଡ଼ଉଥିବାରୁ ମୁଁ ବାଧ୍ୟ ହୋଇ ତାଙ୍କୁ ହଁ କରିଛି' : ସରୋଜ ସେଠୀ 

ପରୀକୁ ଦୁଷ୍କର୍ମ କରିବା ବା ହତ୍ୟା କରିବାକୁ ଅଭିଯୁକ୍ତ କୌଣସି ଯୋଜନା କରି ନଥିଲା। ଯେହେତୁ ରାତିସାରା ସେ ଅଶ୍ଲୀଳ ଫିଲ୍ମ ଦେଖିଥିଲା ଓ ମୁଣ୍ଡରେ ସେ ସବୁ କଥା ରହିଥିଲା, ତେଣୁ ପରୀକୁ ଘର ପାଖରେ ଦେଖି ତା ମନରେ ଏକଥା ଆସିଥିବା ଅଭିଯୁକ୍ତ କହିଥିବା ଏସ୍‌ଆଇଟି ମୁଖ୍ୟ ସୂଚନା ଦେଇଛନ୍ତି।

Pari Murder Case SIT Investigation