Advertisment

ମହାରଥୀଙ୍କ ଅଡ଼ୁଆ ବଢ଼ିଲା, ବିଜେପି ପରେ ନବୀନ ନିବାସ ଘେରାଉ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ପୀଡ଼ିତା ମାମଲାରେ ମହିଳାବିରୋଧୀ ମନ୍ତବ୍ୟ ଦେଇଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମହାରଥୀଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିବା ଦାବିରେ ବିଜେପି ପକ୍ଷରୁ ୨ଥର ନବୀନ ନିବାସ ଘେରାଉ କରିବାପରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଛି। ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ହଜାରରୁ ଊର୍ଦ୍ଧ୍ଵ ମହିଳା କଂଗ୍ରେସ ସଦସ୍ୟ ଆଜି ଅପରାହ୍ନ ସାଢ଼େ ୧୨ଟାରେ କଂଗ୍ରେସ ଭବନରୁ ଏକ ବିଶାଳ […]

ଅଦ୍ୟତନ ହୋଇଛି
ମହାରଥୀଙ୍କ ଅଡ଼ୁଆ ବଢ଼ିଲା, ବିଜେପି ପରେ ନବୀନ ନିବାସ ଘେରାଉ କଲା କଂଗ୍ରେସ

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ପୀଡ଼ିତା ମାମଲାରେ ମହିଳାବିରୋଧୀ ମନ୍ତବ୍ୟ ଦେଇଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମହାରଥୀଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିବା ଦାବିରେ ବିଜେପି ପକ୍ଷରୁ ୨ଥର ନବୀନ ନିବାସ ଘେରାଉ କରିବାପରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଛି।

Advertisment

congressପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ହଜାରରୁ ଊର୍ଦ୍ଧ୍ଵ ମହିଳା କଂଗ୍ରେସ ସଦସ୍ୟ ଆଜି ଅପରାହ୍ନ ସାଢ଼େ ୧୨ଟାରେ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ଘେରାଉ କରିବାକୁ ଯାଇଥିଲେ। ତେବେ ପୁଲିସ ସେମାନଙ୍କୁ ଶିଶୁଭବନ ଛକ ନିକଟରେ ଅଟକାଇଥିଲା। ଦୀର୍ଘ ୧ଘଣ୍ଟା ଧରି ପୁଲିସ ଓ ମହିଳା କଂଗ୍ରେସ ନେତ୍ରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅନେକ କଂଗ୍ରେସ ନେତ୍ରୀ ଆହତ ହୋଇଛନ୍ତି। ପୋଲିସର ଲାଠି ପାହାରରେ କଂଗ୍ରେସ ନେତ୍ରୀ ଦେବୀଦାସୀ ମହାନ୍ତିଙ୍କ ଛାତିରେ ଆଘାତ ହେବାରୁ ସେ କ୍ୟାପିଟାଲ ହସପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୫୦୦ କଂଗ୍ରେସ ନେତ୍ରୀ ଓ କର୍ମୀଙ୍କୁ ପୁଲିସ ଗିରଫ କରି ପରେ ଛାଡ଼ିଦେଇଥିଲା।

congressଆଜିର ନବୀନ ନିବାସ ଘେରାଉ ସମ୍ପର୍କରେ ସୂଚନା ଦେଇ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମହିଳାଙ୍କ ପ୍ରତି ସମ୍ବେଦନହୀନତାକୁ ବରଦାସ୍ତ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ତୁରନ୍ତ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନକଲେ ସାରା ଓଡ଼ିଶାରେ ମହିଳା କଂଗ୍ରେସ ଆନ୍ଦୋଳନ ଓ ପ୍ରତିବାଦକୁ ତୀବ୍ରତର କରିବ।

Advertisment

ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ା ଓ ଅଜୟନ୍ତି ପ୍ରଧାନ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ସରସ୍ୱତୀ ହେମ୍ବ୍ରମଙ୍କ ସମେତ ବିଭିନ୍ନ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀଙ୍କ ସମେତ ବହୁ ମହିଳା କଂଗ୍ରେସ ନେତ୍ରୀ ଓ କର୍ମୀ ଯୋଗଦେଇଥିଲେ।

ସୂଚନାଯୋଗ୍ୟ, ମନ୍ତ୍ରୀ ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗତ ଦୁଇଦିନ ଧରି ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe