Advertisment

ଦୁଇ ଗୋଷ୍ଠୀ ଭିଡ଼ାଓଟରା ପରେ ଆଡ଼ଭାନ୍ସ ଫେରାଇ ଦେଲେ ନନା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋଶାଲ ମିଡିଆରେ ଆଜି ଏକ ଅଜବ ଦୃଶ୍ୟ ଭାଇରାଲ ହେଉଛି। ଦୃଶ୍ୟଟି ଯେତିକି କୌତୁହଳ ସେତିକି ଚିନ୍ତାଜନକ ମଧ୍ୟ। କାରଣ ଏହା ପଛର ଘଟଣା ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଆଜି ସରସ୍ୱତୀ ପୂଜା ଥିବା ବେଳେ ପୂଜା ପାଇଁ ଜଣେ ପୂଜକଙ୍କୁ ନେଇ ଦୁଇଗୋଷ୍ଠୀ ଟଣାଓଟଣା କରୁଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ହୋଇଥିଲା ଯେ, ଗୋଟିଏ ଗୋଷ୍ଠୀକୁ ସମ୍ପୃକ୍ତ ପୂଜକ ଟଙ୍କା ଫେରାଇ ଦେଉଥିବା ଦେଖିବାକୁ ମିଳିଛି। ତେବେ ଏହି […]

ଦୁଇ ଗୋଷ୍ଠୀ ଭିଡ଼ାଓଟରା ପରେ ଆଡ଼ଭାନ୍ସ ଫେରାଇ ଦେଲେ ନନା !

6789

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋଶାଲ ମିଡିଆରେ ଆଜି ଏକ ଅଜବ ଦୃଶ୍ୟ ଭାଇରାଲ ହେଉଛି। ଦୃଶ୍ୟଟି ଯେତିକି କୌତୁହଳ ସେତିକି ଚିନ୍ତାଜନକ ମଧ୍ୟ। କାରଣ ଏହା ପଛର ଘଟଣା ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବ।

Advertisment

ଆଜି ସରସ୍ୱତୀ ପୂଜା ଥିବା ବେଳେ ପୂଜା ପାଇଁ ଜଣେ ପୂଜକଙ୍କୁ ନେଇ ଦୁଇଗୋଷ୍ଠୀ ଟଣାଓଟଣା କରୁଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ହୋଇଥିଲା ଯେ, ଗୋଟିଏ ଗୋଷ୍ଠୀକୁ ସମ୍ପୃକ୍ତ ପୂଜକ ଟଙ୍କା ଫେରାଇ ଦେଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟି କେଉଁଠିକାର ଜଣାପଡ଼ିନଥିଲେ ମଧ୍ୟ ଶୋସାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୃଶ୍ୟଟି ଏମିତି ।

ସରସ୍ୱତୀ ପୂଜା ପାଇଁ ଦୁଇ ଗୋଷ୍ଠୀ ସେଇ ନନାଙ୍କୁ ଟଣାଓଟରା କରୁଛନ୍ତି। ଏମାନଙ୍କ ଭିଡ଼ାଓଟରାରେ ନନା ଜଣକ ଅକଳରେ ପଡ଼ି ଯାଉଛନ୍ତି। ସେ କାହାର ପୂଜା କରିବେ ତାକୁ ନେଇ ପୂଜକ ଜଣକ ଧର୍ମସଙ୍କଟରେ ପଡ଼ି ଯାଉଥିବା ବେଳେ ଶେଷରେ ତାଙ୍କୁ ଗୋଟିଏ ଗୋଷ୍ଠୀ ଟାଣି ଟାଣି ନେଇଯାଇଥିଲେ। ଆଉ ନନା ତାଙ୍କରି ପୂଜା କରିଥିଲେ। ତେବେ ସେ ପୂଜକ ଜଣକ ଏହି ସମୟରେ କିଛି ପଇସା ଅନ୍ୟ ଏକ ଗୋଷ୍ଠୀକୁ ଫେରାଇ ଦେଉଥିବା ଦେଖିବାକୁ ମିଳୁଛି। ଚର୍ଚ୍ଚା ହେଉଛି ବୋଧ ହୁଏ ନନା ଫେରାଇଥିବା ଟଙ୍କା ଆଡଭାନ୍ସ ହୋଇପାରେ। ତେବେ ପୂଜା ପାଇଁ ପୂଜକ ଅଭାବ ହେବା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe