Advertisment

Arrest: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ବନ୍ଧା ହେଲେ ଅଧ୍ୟକ୍ଷ

ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଦେଇଥିବା ଏଫଆଇଆରରେ ଉଲ୍ଲେଖ କରିଥିଲେ ଯେ ନଭେମ୍ବର ମାସ ୨୨ ତାରିଖରେ ଝିଅ କଲେଜରୁ ଫେରିବା ପରେ ଘରେ ଚୁପ୍‌ଚାପ୍ ବସିଥିଲା। ସେ ଓ ତାଙ୍କ ପତ୍ନୀ ପଚାରିବାରେ ଝିଅ କହିଥିଲା ଯେ କଲେଜ ଅଧ୍ୟକ୍ଷ ତାଙ୍କୁ ଖରାପ ଭାଷାରେ ମେସେଜ କରି ହଇରାଣ କରୁଛନ୍ତି।

Kanka

ଗିରଫ ଅଧ୍ୟକ୍ଷ (ଫାଇଲ ଫଟୋ) ଓ ଥାନାରେ ଗିରଫ ଅଧ୍ୟକ୍ଷ

Advertisment

ଜଣେ ଅଧ୍ୟାପିକାଙ୍କୁ ମେସେଜ ମାଧ୍ୟମରେ ପ୍ରେମ ନିବେଦନ କରିବା, ବାରମ୍ବାର ଖରାପ ଭାଷାରେ ମେସେଜ କରିବା ଓ ଏସବୁ ବିଷୟରେ କାହାକୁ କହିଲେ ଚାକିରିରୁ ବାହାର କରିଦେବାକୁ ଚେତାବନୀ ଦେବା ଅଭିଯୋଗରେ ପୁଲିସ ବୁଧବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧ୍ୟାପିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

Advertisment

ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଦେଇଥିବା ଏଫଆଇଆରରେ ଉଲ୍ଲେଖ କରିଥିଲେ ଯେ ନଭେମ୍ବର ମାସ ୨୨ ତାରିଖରେ ଝିଅ କଲେଜରୁ ଫେରିବା ପରେ ଘରେ ଚୁପ୍‌ଚାପ୍ ବସିଥିଲା। ସେ ଓ ତାଙ୍କ ପତ୍ନୀ ପଚାରିବାରେ ଝିଅ କହିଥିଲା ଯେ କଲେଜ ଅଧ୍ୟକ୍ଷ ତାଙ୍କୁ ଖରାପ ଭାଷାରେ ମେସେଜ କରି ହଇରାଣ କରୁଛନ୍ତି। ଏହା ଶୁଣି ଆମେ ଝିଅକୁ ବୁଝାସୁଝା କରିଥିଲୁ। କିନ୍ତୁ ଅଧ୍ୟକ୍ଷଙ୍କର ମେସେଜ ପଠାଇବା ବନ୍ଦ ହୋଇନଥିଲା। ସେ ମେସେଜ ପଠାଇ ଝିଅକୁ ପ୍ରେମ ନିବେଦନ କରିଥିଲେ। ଫଳରେ ଝିଅ ମାନସିକ ଭାରସାମ୍ୟ ହରାଇଥିଲା ଓ ଚାକିରି ଛାଡ଼ି ଦେବ ବୋଲି କହିଥିଲା। ତା’ଠାରୁ ଏ କଥା ଶୁଣିବା ପରେ ଆମେ ତା’ ମୋବାଇଲ ଫୋନ୍ ନେଇ ଅଧ୍ୟକ୍ଷ ପଠାଇଥିବା ମେସେଜଗୁଡ଼ିକୁ ଦେଖିଥିଲୁ। ସେହି ସବୁ ମେସେଜ ଦେଖି ଆମ ପରିବାର ଲୋକେ ବିଚଳିତ ହୋଇପଡ଼ିଥିଲେ।

ଅଧ୍ୟାପିକାଙ୍କ ବାପା ଆହୁରି ଲେଖିଥିଲେ, ଅଧ୍ୟକ୍ଷ ମୋ ଝିଅକୁ ଧମକ ଦେଇଥିଲେ। ସେ ମୋବାଇଲ୍‌ ଫୋନ୍‌ରେ ମେସେଜ ପଠାଉଥିବା କଥା କାହାକୁ କହିଲେ ଝିଅକୁ ଚାକିରିରୁ ବାହାର କରିଦେବାକୁ ଓ ତା’ ଜୀବନକୁ ବରବଦା କରିଦେବାକୁ ଧମକ ଦେଇଥିଲେ। ତେଣୁ ଝିଅ ତା’ ସମ୍ମାନ ଓ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଆମକୁ ଆରମ୍ଭରୁ କିଛି କହି ନଥିଲା। 

Advertisment

ଅଧ୍ୟାପିକା ଝିଅଠାରୁ ସବୁ କଥା ଶୁଣିବା ପରେ ଓ ଅଧ୍ୟକ୍ଷ ପଠାଇଥିବା ମେସେଜଗୁଡ଼ିକୁ ପଢ଼ିବା ପରେ ବାପା ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ଏଫଆଇଆର ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।     
  
 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe