ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସୋର ସବଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ବିଚାରାଧୀନ କଏଦୀଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ସୂଚନା ମିଳିଛି ।
ସେ ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲକୁ ସ୍ଥାନାନ୍ତର ହୋଇଥିଲେ । ଗତକାଲି ଅସୁସ୍ଥ ଅନୁଭବ କରିବାରୁ ରାତି ଗୋଟାଏ ବେଳେ ତାଙ୍କୁ ସୋର ମେଡିକାଲକୁ ନିଆଯାଇଥିଲା । କିନ୍ତୁ କଏଦୀଜଣଙ୍କ ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସୋର ମେଡ଼ିକାଲରେ ରଖାଯାଇଛି l
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨ ପେସାଦାର ଚୋରଙ୍କୁ ଧରିଲା ପୁଲିସ୍, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ
ପଶ୍ଚିମବଙ୍ଗର ମୁର୍ସିଦାବାର ଏସ୍.କେ ଆକ୍ବର ସୁନ୍ଦରଗଡ଼ ଟାଉନ ଥାନା ଅରଣ୍ୟନଗରରେ ଶ୍ରମିକ ଭାବେ କାମ କରୁଥିଲେ। ରବିବାର ଅପରାହ୍ନରେ ସେ କାମ ସାରି ଫେରୁଥିବା ବେଳେ ୨ ଜଣ ଯୁବକ ଏକ ବାଇକରେ ଆସି ବନ୍ଧୁକ ଓ ଛୁରି ଦେଖାଇ ଧମକ ଚମକ ଦେଇଥିଲେ।
Guest Column
ଆଦର୍ଶ ଓ ପରିଚୟ ସଂକଟରେ ବିଜେଡି
ଏବେ ପ୍ରଶ୍ନ ଉଠୁଛି ବିଜେଡି ରାଜ୍ୟରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାମ କରିବାକୁ ହେଲେ କେଉଁପରି ଆଦର୍ଶଗତ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବ? ନବୀନଙ୍କ ବୟସ ଓ ସ୍ୱାସ୍ଥ୍ୟ ସମସ୍ୟା ସମସ୍ତଙ୍କୁ ଜଣାଅଛି। କିନ୍ତୁ ବିଜେଡିର ଏତେବର୍ଷର ଶାସନ ଭିତରେ ଦଳ କୌଣସି ଦ୍ୱିତୀୟ ଶ୍ରେଣୀର ନେତାଙ୍କୁ ବିଭିନ୍ନ ସ୍ଥାନରେ ଉପସ୍ଥାପିତ କରିନାହିଁ।
Miscellaneous
ଶ୍ରୀମନ୍ଦିରରେ ପିଟାପିଟି ଲାଗିଲେ ଦୁଇ ସେବାୟତ ଗୋଷ୍ଠୀ
ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ ହୋଇଥିଲେ।
Crime
ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସନ୍ଦେହ ଘେରରେ ଘର ମାଲିକ!
ବିଶୋଇ ଥାନା ଅଞ୍ଚଳର ବୁଦ୍ଧାଦିତ୍ୟ ନାୟକ ଦୀର୍ଘ ବର୍ଷ ଧରି ମେସରେ ରହି ପାଠ ପଢୁଥିଲେ। ଆଜି ମେସ୍ର ସିଡି ଘରରେ ବେକରେ ରଶି ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଘର ମାଲିକ ବାରିପଦା ସଦର ଥାନାକୁ ଖବର ଦେଇଥିଲେ।
Miscellaneous
ଲାଗିଛି ଡୋରି ଯିବି ମୁଁ ପୁରୀ... ପାଦରେ ଚାରି ଧାମ୍ ଯାତ୍ରାରେ ୟୁପି ଯୁବକ
ଅଯୋଧ୍ୟାରୁ କାଶି ବିଶ୍ୱନାଥ ଯାଇଥିଲେ ମିଥିଲେଶ। ବାବାଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୩ ଦିନ ହେଲା ପାଦରେ ଚାଲୁଛନ୍ତି। ପିଠିରେ ଝୁଲୁଥିବା ବ୍ୟାଗରେ ତ୍ରିରଙ୍ଗା ଓ ସନାତନ ପତାକୁ ଉଡାଇ ଚାଲିଛନ୍ତି।