/odisha-reporter/media/media_files/2026/02/20/jail-2026-02-20-12-18-43.jpg)
ଭୁବନେଶ୍ୱରର ଝାରପଡ଼ା ଜେଲର ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
Advertisment
ମୃତ କଏଦୀ ଜଣକ ହେଉଛନ୍ତି ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳର କାହ୍ନା ଦାସ। ତାଙ୍କୁ ୨୬ ବର୍ଷ ହୋଇଥିଲା। ଏକ ମାମଲାରେ ଗିରଫ ଗତ ପ୍ରାୟ ବର୍ଷେ ହେବ ସେ ଝାରପଡ଼ା ଜେଲ୍ରେ ଥିଲେ।
ଜେଲରେ ଥିବା ବେଳେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବିଭିନ୍ନ ସମୟରେ କାହ୍ନାଙ୍କୁ କଟକ ବଡ଼ ଡାକ୍ତରଖାନା, କ୍ୟାପିଟାଲ ହସପିଟାଲ ଓ ଏମ୍ସ ନିଆଯାଇ ଚିକିତ୍ସା କରାଯାଇଥିଲା।
Advertisment
ଗତ କିଛି ଦିନ ହେଲା ପୁଣି ଅସୁସ୍ଥ ହୋଇପଡ଼ିଥିବା କାହ୍ନାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଏମ୍ସ ଫାଣ୍ଡିକୁ ସୂଚନା ଦିଆଯାଇଥିଲା।
ଡୁମୁଡୁମାରେ କାହ୍ନାଙ୍କ ବିଧବା ମା’ ତମାଳ ଦାସ ରହନ୍ତି। କାହ୍ନାଙ୍କୁ ଜେଲରେ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି। ପୁଅ କାହ୍ନାଙ୍କ ମୃତ ଶରୀରର ବ୍ୟବଚ୍ଛେଦ କରିବାକୁ ସେ ଏମ୍ସ ଫାଣ୍ଡିରେ ଲିଖିତ ଭାବେ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
