Advertisment

ରାସ୍ତା ପାର୍ଶ୍ୱରେ ପରିବା ବିକୁଛନ୍ତି ଆଜୀବନ କଏଦୀ!

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ରାସ୍ତା ପାର୍ଶ୍ୱରେ ବସି ପରିବା ବିକୁଛନ୍ତି! କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତକଥା। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରେ ଘଟିଛି। କଏଦୀମାନେ ଖୋଲମ୍‌ ଖୋଲା ବୁଲୁଛନ୍ତି ଓ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। କରଞ୍ଜିଆ ଉପ-କାରାଗାର ପରିସରରେ କଏଦୀମାନେ ପରିବା ଚାଷ କରୁଛନ୍ତି। ସେହି ପରିବାକୁ କଏଦୀମାନେ ଜେଲ୍‌ର ପ୍ରବେଶ ପଥଠାରୁ ୩୦୦ ମିଟର ଦୂର ମୁଖ୍ୟ ଗେଟ୍‌ ସମ୍ମୁଖ ରାସ୍ତା […]

author-image
Manoranjan Sial
ରାସ୍ତା ପାର୍ଶ୍ୱରେ ପରିବା ବିକୁଛନ୍ତି ଆଜୀବନ କଏଦୀ!

Baripada

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ରାସ୍ତା ପାର୍ଶ୍ୱରେ ବସି ପରିବା ବିକୁଛନ୍ତି! କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତକଥା। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରେ ଘଟିଛି। କଏଦୀମାନେ ଖୋଲମ୍‌ ଖୋଲା ବୁଲୁଛନ୍ତି ଓ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି।

Advertisment

କରଞ୍ଜିଆ ଉପ-କାରାଗାର ପରିସରରେ କଏଦୀମାନେ ପରିବା ଚାଷ କରୁଛନ୍ତି। ସେହି ପରିବାକୁ କଏଦୀମାନେ ଜେଲ୍‌ର ପ୍ରବେଶ ପଥଠାରୁ ୩୦୦ ମିଟର ଦୂର ମୁଖ୍ୟ ଗେଟ୍‌ ସମ୍ମୁଖ ରାସ୍ତା ପାର୍ଶ୍ୱରେ ବସି ବିକ୍ରି କରୁଛନ୍ତି। ପ୍ରତିଦିନ କଏଦୀମାନେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପରିବା ବିକ୍ରି ବେଳେ ସେମାନଙ୍କ ପାଖରେ କୌଣସି ଜେଲ୍‌ କର୍ମଚାରୀ ନଥିବା ଦେଖିବାକୁ ମିଳିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ବିନା ସୁରକ୍ଷାରେ ରାସ୍ତା ପାର୍ଶ୍ୱରେ ପରିବା ବିକ୍ରି କରୁଥିବା କଏଦୀମାନେ ଯଦି ଚମ୍ପଟ ମାରନ୍ତି, ତାହାହେଲେ ଏଥିପାଇଁ ଦାୟୀ କିଏ ହେବେ? ଏହାର ଉତ୍ତର ହୁଏତ ଜେଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ ନଥିବ। ହେଲେ କରଞ୍ଜିଆ ଉପ-କାରାଗାର ପୂର୍ବରୁ ଏପରି କଳଙ୍କ ମୁଣ୍ଡାଇଛି। ୨୦୧୯ ମସିହାରେ ଜଣେ କଏଦୀ ଜେଲ୍‌ରଙ୍କ ଡାକହାକ ଶୁଣୁଥିଲା। ଏପରିକି ପରିବା ପତ୍ର କିଣିବା ପାଇଁ ମାର୍କେଟ ଯାଉଥିଲା। ଥରେ ପରିବା କିଣିବା ପାଇଁ ମାର୍କେଟ ଯାଇ ଚମ୍ପଟ ମାରିଥିଲା ସମ୍ପୃକ୍ତ କଏଦୀ।

Advertisment

କଏଦୀ ଚମ୍ପଟ ମାରିବାର ଦିନକ ପରେ ଜଣାପଡ଼ିଥିଲା। ଏହା ପରେ ଜେଲ୍‌ର ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ଜେଲ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଥିଲେ। ତୁରନ୍ତ ଚମ୍ପଟ ମାରିଥିବା କଏଦୀକୁ ଧରି ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସମ୍ପୃକ୍ତ କଏଦୀଙ୍କୁ ନପାଇ ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିଲେ। ଏହିଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା। ଏଥିରୁ ଜେଲ୍‌ କର୍ତ୍ତୃପକ୍ଷ କିଛି ଶିଖିଲେ ନାହିଁ। ପୁଣି ଥରେ ସମାନ ପନ୍ଥା ଆପଣାଇଛନ୍ତି। ଜେଲରେ ଚାଷ ହେଉଥିବା ପରିବାକୁ ରାସ୍ତା ପାର୍ଶ୍ୱରେ ବିକିବା କାମରେ ନିୟୋଜିତ କରୁଛନ୍ତି।

କରଞ୍ଜିଆ ଉପ-କାରାଗାର ଅଧ୍ୟକ୍ଷ ପି.କେ ମହାଳିକ କହିଛନ୍ତି, ମାର୍କେଟକୁ କାହାରିକୁ ଛାଡାଯାଇ ନାହିଁ। କିନ୍ତୁ ୫ ଜଣ ଆଜୀବନ କଏଦୀଙ୍କୁ ବଗିଚାରେ କାମ କରିବା ପାଇଁ ଅନୁମତି ଦିଆଯାଇଛି। ଜଣେ ଷ୍ଟାଫ୍‌ଙ୍କ ମାର୍ଫତରେ ସେମାନଙ୍କୁ ଛଡ଼ା ଯାଇଛି ବୋଲି ସେ କହିଛନ୍ତି।