Advertisment

କୋଭିଡ ଯୁଦ୍ଧରେ ସାମିଲ ହେବେ ଘରୋଇ ହସ୍ପିଟାଲ ଡାକ୍ତର, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

ସୁନ୍ଦରଗଡ଼(ବିଜୟ ବରୁଆ):ରାଜ୍ୟରେ ଦିନକୁ ଦିନ ବିଗୁଡ଼ିଛି କରୋନା ସ୍ଥିତି। ଦୈନିକ ପୁଳା ପୁଳା ପଜିଟିଭ ଚିହ୍ନଟ ହେଉଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା କାଠିକର ପାଠ ହୋଇପଡ଼ୁଛି। ଏଥିନିମନ୍ତେ ଡାକ୍ତରଙ୍କ ଅଭାବ ପଡ଼ୁଥିବା ବେଳେ ଏନେଇ ଏକ କଠୋର ନିଷ୍ପତ୍ତି ନେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ। ସୁନ୍ଦରଗଡ଼ ଜିଲ୍ଲାରୁ ଦୈନିକ ଶହ ଶହ ପଜିଟିଭ ଚିହ୍ନଟ ହେଉଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ  ଜିଲ୍ଲାରେ କାର୍ଯ୍ୟରତ ଘରୋଇ ଡାକ୍ତରମାନଙ୍କୁ  ନିଯୁକ୍ତ କରାଯିବ।  ଯେଉଁମାନେ ଏହି […]

ଅଦ୍ୟତନ ହୋଇଛି
କୋଭିଡ ଯୁଦ୍ଧରେ ସାମିଲ ହେବେ ଘରୋଇ ହସ୍ପିଟାଲ ଡାକ୍ତର, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

doctor

Advertisment

ସୁନ୍ଦରଗଡ଼(ବିଜୟ ବରୁଆ):ରାଜ୍ୟରେ ଦିନକୁ ଦିନ ବିଗୁଡ଼ିଛି କରୋନା ସ୍ଥିତି। ଦୈନିକ ପୁଳା ପୁଳା ପଜିଟିଭ ଚିହ୍ନଟ ହେଉଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା କାଠିକର ପାଠ ହୋଇପଡ଼ୁଛି। ଏଥିନିମନ୍ତେ ଡାକ୍ତରଙ୍କ ଅଭାବ ପଡ଼ୁଥିବା ବେଳେ ଏନେଇ ଏକ କଠୋର ନିଷ୍ପତ୍ତି ନେଇଛନ୍ତି ସୁନ୍ଦରଗଡ଼ଜିଲ୍ଲାପାଳ।

Advertisment

ସୁନ୍ଦରଗଡ଼ ଜିଲ୍ଲାରୁ ଦୈନିକ ଶହ ଶହ ପଜିଟିଭ ଚିହ୍ନଟ ହେଉଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ  ଜିଲ୍ଲାରେ କାର୍ଯ୍ୟରତ ଘରୋଇ ଡାକ୍ତରମାନଙ୍କୁ  ନିଯୁକ୍ତ କରାଯିବ।  ଯେଉଁମାନେ ଏହି ନିର୍ଦ୍ଦେଶ ପାଳନ ନକରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଆଇନରେ ଦିଆଯାଇଥିବା କ୍ଷମତାକୁ ଆଧାର କରି ସୁନ୍ଦରଗଡ଼ ଜିଲ୍ଲାପାଳ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ।  ଏଥିପାଇଁ ଡାକ୍ତରମାନଙ୍କ ନାମ ତାଲିକା ଦେବାକୁ ବିଭିନ୍ନ ଘରୋଇ ଚିକିତ୍ସାଳୟକୁ କୁହାଯାଇଛି । ନିହାତି ଆବଶ୍ୟକ ପ଼ଡିଲେ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ନିୟୋଜିତ କରାଯିବ । ସଂପୃକ୍ତ ଡାକ୍ତରମାନେ ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ ।

Advertisment

ସୂଚନାଯୋଗ୍ୟ, ଆଜି ଜିଲ୍ଲାରୁ ୭୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଜିଲ୍ଲାରୁ ୪୭୪ ପଜିଟିଭ ବାହାରିଥିଲେ।

COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe