Advertisment

‘ପ୍ରାଇଭେଟ୍‌ ହସ୍ପିଟାଲ୍‌ ମାନୁନାହାନ୍ତି ସରକାରୀ ନିୟମ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ‘କରୋନା’ ପ୍ରୋଟୋକଲ୍‌ ମାନୁନାହାନ୍ତି ଅନେକ ପ୍ରାଇଭେଟ୍‌ ହସ୍ପିଟାଲ। ସେମାନଙ୍କୁ ଚିହ୍ନଟ କରାଯାଇ ନୋଟିସ କରାଯିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ମଞ୍ଚେଶ୍ୱରସ୍ଥିତ ବ୍ଲୁ ହୁଇଲ୍ ହସ୍ପିଟାଲରୁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ପରେ ଆଜି ଅନ୍ୟ ସବୁ ଘରୋଇ ହସ୍ପିଟାଲରେ ଯାଞ୍ଚ ହୋଇଥିଲା। ଅନ୍ୟ ହସ୍ପିଟାଲଗୁଡିକ ‘କରୋନା’ ପ୍ରୋଟୋକଲ କେମିତି ମାନୁଛନ୍ତି ସେନେଇ ଯାଞ୍ଚ କରିଥିଲେ ବିଏମ୍‌ସିର ଟିମ୍। ପ୍ରୋଟୋକଲ୍‌ ପାଳନ ନେଇ ସ୍ପେଶାଲ ଟିମ୍‌ ୧୦ଟି […]

ଭୁବନେଶ୍ୱର ଖୋଲା ମଳତ୍ୟାଗ ମୁକ୍ତ ସହର ଘୋଷିତ

bmc,,

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ‘କରୋନା’ ପ୍ରୋଟୋକଲ୍‌ ମାନୁନାହାନ୍ତି ଅନେକ ପ୍ରାଇଭେଟ୍‌ ହସ୍ପିଟାଲ। ସେମାନଙ୍କୁ ଚିହ୍ନଟ କରାଯାଇ ନୋଟିସ କରାଯିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

Advertisment

ମଞ୍ଚେଶ୍ୱରସ୍ଥିତ ବ୍ଲୁ ହୁଇଲ୍ ହସ୍ପିଟାଲରୁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ପରେ ଆଜି ଅନ୍ୟ ସବୁ ଘରୋଇ ହସ୍ପିଟାଲରେ ଯାଞ୍ଚ ହୋଇଥିଲା। ଅନ୍ୟ ହସ୍ପିଟାଲଗୁଡିକ ‘କରୋନା’ ପ୍ରୋଟୋକଲ କେମିତି ମାନୁଛନ୍ତି ସେନେଇ ଯାଞ୍ଚ କରିଥିଲେ ବିଏମ୍‌ସିର ଟିମ୍। ପ୍ରୋଟୋକଲ୍‌ ପାଳନ ନେଇ ସ୍ପେଶାଲ ଟିମ୍‌ ୧୦ଟି ହସ୍ପିଟାଲ ଯାଞ୍ଚ କରିଥିଲେ। କେତେକ ହସ୍ପିଟାଲ ଠିକ ଭାବେ ‘କରୋନା’ ପ୍ରୋଟୋକଲ ପାଳନ କରୁନଥିବା ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲା ବୋଲି ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ପ୍ରୋଟୋକଲ ପାଳନ କରୁନଥିବା ହସ୍ପିଟାଲଗୁଡିକୁ ନୋଟିସ କରାଯିବା ସହ ସୁଧୁରିବାକୁ ତାଗିଦ କରାଯାଇଛି।  ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପାଳନ ନକଲେ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ଏହାସହ ହସ୍ପିଟାଲ ପ୍ରୋଟୋକଲ୍‌ ମାନୁନଥିବାରୁ କର୍ମଚାରୀ ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe