Advertisment

ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେବାକୁ ଓଟିଭିକୁ ସମନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଆଣିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ନେଇ ବିଧାନସଭା ସ୍ୱାଧିକାର କମିଟି ଓଟିଭିକୁ ସମନ୍ କରିଛି। ଓଟିଭି ଏମ୍‌ଡି  ଜଗି ମଙ୍ଗତ ପଣ୍ଡାଙ୍କୁ ଆସନ୍ତା ୨୮ ତାରିଖରେ ବିଧାନସଭା ସ୍ୱାଧିକାର କମିଟି ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ସମନ ଜାରି କରାଯାଇଛି। ଆଜି ବସିଥିବା ସ୍ୱାଧିକାର କମିଟି ବୈଠକ ନିଷ୍ପତ୍ତି ଆଧାରରେ ବ୍ୟକ୍ତିଗତ ଶୁଣାଣିର ସୁଯୋଗ ଦେବାକୁ […]

ଗୃହକୁ ଫେରିବେନି ୮୦% ବିଜେପି ଓ କଂଗ୍ରେସ ବିଧାୟକ

Odisha-assembly

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଆଣିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ନେଇ ବିଧାନସଭା ସ୍ୱାଧିକାର କମିଟି ଓଟିଭିକୁ ସମନ୍ କରିଛି। ଓଟିଭି ଏମ୍‌ଡି  ଜଗି ମଙ୍ଗତ ପଣ୍ଡାଙ୍କୁ ଆସନ୍ତା ୨୮ ତାରିଖରେ ବିଧାନସଭା ସ୍ୱାଧିକାର କମିଟି ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ସମନ ଜାରି କରାଯାଇଛି।

Advertisment

ଆଜି ବସିଥିବା ସ୍ୱାଧିକାର କମିଟି ବୈଠକ ନିଷ୍ପତ୍ତି ଆଧାରରେ ବ୍ୟକ୍ତିଗତ ଶୁଣାଣିର ସୁଯୋଗ ଦେବାକୁ ଏହି ସମନ ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି। ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଅଣାଯାଇଥିଲା। ତେବେ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ରାଜନୈତିକ ଆକ୍ରୋଶ ରଖି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ ବୋଲି ଓଟିଭି କହିଥିଲା। ଏହାର ପ୍ରତିବାଦରେ ରାଜ୍ୟପାଳଙ୍କୁ ହସ୍ତକ୍ଷେପ ପାଇଁ ନିବେଦନ କରିବା ସହ ବିଧାନସଭା ସ୍ୱାଧିକାର କମିଟି ପଠାଇଥିବା ନୋଟିସ୍‌ର ଜବାବ୍ ମଧ୍ୟ ରଖିଥିଲା।

ସୂଚନାଯୋଗ୍ୟ, ନଭେମ୍ବର ୧୯ରେ ସରକାରୀ ଦଳକୁ ସୁହାଇଲା ଭଳି ରଣନୀତି ଅନୁସାରେ ବାଚସ୍ପତି ଗୃହ ପରିଚାଳନା କରିଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଥିଲେ। ପ୍ରଶ୍ନକାଳରେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରିବା ପରେ ବାଚସ୍ପତିଙ୍କ ନିକଟକୁ ଯାଇ ଗୃହକୁ ୩ଟା ଯାଏ ମୁଲତବି ରଖିବା ଲାଗି କହିବା ଓ ସିଧାପ୍ରସାରଣ ଚାଲିଥିବାରୁ ଏହା ମାଇକ୍ ଯୋଗେ ଶୁଣାଯାଇଥିବାର ଖବର ସଂପୂର୍ଣ୍ଣ ତଥ୍ୟଭିତ୍ତିକ ଭାବେ ଭିଜୁଆଲ୍ ଓ ଅଡିଓ ସହ ଓଟିଭି ପ୍ରସାରଣ କରିଥିଲା। ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ନିଜେ ଓ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ କ୍ୟାମେରା ଆଗରେ ଗୃହରେ ଏଭଳି ଘଟିଥିବା ନେଇ ପ୍ରତିକ୍ରିୟା ଦେଇଥିଲେ। ଏମିତିକି ବାଚସ୍ପତିଙ୍କ ବିରୋଧରେ 'ଧୃତରାଷ୍ଟ୍ର' ଓ 'ନିଦାବିଷ୍ଣୁ' ଭଳି ଶବ୍ଦ ପ୍ରୟୋଗ କରିଥିଲେ। କିନ୍ତୁ ଏହାପରେ ତାରା ଓଟିଭି ବିରୋଧରେ ନିଜେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe