Advertisment

ପୁଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ୍‌

କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା, ସାହସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣଙ୍କୁ ସମ୍ମାନିତ କରାଯାଇଛି। ଚନ୍ଦକା SOGର ୨ ଜଣ କମାଣ୍ଡୋଙ୍କୁ ସାହାସିକତା ପୁରସ୍କାର ମିଳିଛି।

Saumendra Priyadarshi

Saumendra Priyadarshi

Advertisment

ପୁଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ୍‌। ବିଶିଷ୍ଟ ସେବା ପାଇଁ ସମ୍ମାନିତ ହୋଇଛନ୍ତି ଟ୍ୱିନ୍‌ସିଟିର ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏଥିସହ ସିକ୍ୟୁରିଟି ୱିଙ୍ଗ ଏସ୍‌ପି ସରୋଜ ମହାପାତ୍ରଙ୍କୁ ମଧ୍ୟ ମିଳିଛି ରାଷ୍ଟ୍ରପତି ପୁଲିସ୍‌ ମେଡାଲ୍‌।

Advertisment

ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପୁଲିସ ପଦକ ପ୍ରଦାନ ଉତ୍ସବ। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା, ସାହସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣଙ୍କୁ ସମ୍ମାନିତ କରାଯାଇଛି। ଚନ୍ଦକା SOGର ୨ ଜଣ କମାଣ୍ଡୋଙ୍କୁ ସାହାସିକତା ପୁରସ୍କାର ମିଳିଛି।

ପୁରସ୍କୃତ ହୋଇଛନ୍ତି SOG କମାଣ୍ଡୋ କୁମାର କର୍ମି ଓ ପୀତବାସ ପାଣ୍ଡେ। ଏଥିସହ ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ପୁଲିସ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ପ୍ରଦାନ କରାଯାଇଛି।

Advertisment
Odisha Police Bhubaneswar Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe