କଜଳକଣା ବସ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାରର କଜଳକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ତନାଘନା ଆରମ୍ଭ ହୋଇଛି। କଟକ ଆରଟିଓ ଦୀପ୍ତିରଞ୍ଜନ ପାତ୍ର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ଭିଆଇ, ତଦନ୍ତକାରୀ ପୁଲିସ ଅଧିକାରୀ ଏବଂ ଯନ୍ତ୍ରୀଙ୍କୁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ଆହତ ୬ ଜଣଙ୍କ ଚିକିତ୍ସା ଏସ୍‌ସିବିରେ ଚାଲିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନୁଗୋଳ ଜିଲ୍ଲା ନାଲକୋ ନଗରର ଦୁର୍ଯ୍ୟୋଧନ ମହାନ୍ତିଙ୍କ ଭାଇ ଯୁଧିଷ୍ଠିର ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଏତଲା […]

accident

Rakesh Mallick
  • Published: Tuesday, 22 January 2019
  • , Updated: 22 January 2019, 10:39 PM IST

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାରର କଜଳକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ତନାଘନା ଆରମ୍ଭ ହୋଇଛି। କଟକ ଆରଟିଓ ଦୀପ୍ତିରଞ୍ଜନ ପାତ୍ର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ଭିଆଇ, ତଦନ୍ତକାରୀ ପୁଲିସ ଅଧିକାରୀ ଏବଂ ଯନ୍ତ୍ରୀଙ୍କୁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଦୁର୍ଘଟଣାରେ ଆହତ ୬ ଜଣଙ୍କ ଚିକିତ୍ସା ଏସ୍‌ସିବିରେ ଚାଲିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନୁଗୋଳ ଜିଲ୍ଲା ନାଲକୋ ନଗରର ଦୁର୍ଯ୍ୟୋଧନ ମହାନ୍ତିଙ୍କ ଭାଇ ଯୁଧିଷ୍ଠିର ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ଚୌଦ୍ୱାର ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଚଲାଇଛି।

ଗତକାଲି ହୋଇଥିବା ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ଅନୁଗୋଳରୁ କଟକ ଆସୁଥିବା ‘ନୀଳକଣ୍ଠ’ ନାମକ ଘରୋଇ ବସ୍‌ କଜଳକଣା ନିକଟରେ ବାଲିଗଦା ଉପରେ ଚଢ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

https://youtu.be/iwfpLgQhaEM

Related story