ବ୍ରହ୍ମପୁର(ଜଗନ୍ନାଥ ସାହୁ): ବରଯାତ୍ରୀଙ୍କ ନାଚଗୀତରେ ଦୁଲୁକୁଥିଲା ଗାଁ ରାସ୍ତା। ବାଜା ବାଜିବା ସହ ଫୁଟୁଥିଲା ବାଣ । ବର ବାହାରିଥିଲା କନିଆ ଘର। ବିବାହ ବେଦୀରେ ପହଞ୍ଚିବା ପୂର୍ବରୁ ପହଞ୍ଚିଗଲା ପୁଲିସ୍। ବିବାହ ତ’ ହେଲା, ହେଲେ ଫିକା ପଡ଼ିଗଲା ସବୁ ମଜା
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଗୋଳାବନ୍ଧ ଗାଁରୁ ଓଡିଆରପି କଲୋନୀ ଯାଏ ଏକ ବରଯାତ୍ରୀ ଶୋଭାଯାତ୍ରା ଯାଉଥିଲା। ଏହି ପ୍ରୋସେସନରେ ଡିଜେର ତାଳେ ତାଳେ ଧୁମ୍ ମଚାଉଥିଲେ ବରଯାତ୍ରୀ।
ଶେଷରେ ପୁଲିସ୍ ଗାଁରେ ପହଞ୍ଚି ପଚରାଉଚରା କରିବା ପରେ ପ୍ରସୋସେନ ପାଇଁ ଅନୁମତି ଆଣି ନ ଥିବା ତଥା କୋଭିଡ ନିୟମ ଉଲ୍ଲଘଂନ ହେଉଥିବା ଦେଖିବାକୁ ପାଇଥିଲା। ଏହାପରେ ପୁଲିସ୍ ଡିଜେ ମାଲିକ ଓ ଗାଡି ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି । ଖାଲି ସେତିକି ନୁହେଁ, ବର, ବରପିତା ଏବଂ କନ୍ୟାପିତାଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଏହାପରେ ବିବାହ ତ ସମ୍ପନ୍ନ ହେଲା, କିନ୍ତୁ ସମସ୍ତଙ୍କ ମନ ଦୁଃଖରେ ଭାଙ୍ଗି ଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Politics
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।