Advertisment

ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

କଟକ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ ହୋଇଯାଇଛି। ଆଜି ଭୋର୍‌ରେ କଟକର ଛତ୍ରବଜାର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନ୍‌ସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଭୋର୍ ପ୍ରାୟ ତିନିଟା ବେଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସୁବାସ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଯୋଜକ ଥିଲେ। ସେ ‘ସୁନାପଞ୍ଜୁରୀ’, ‘ସନ୍ତାନ’, ‘ଭାଗ୍ୟ ହାତେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

ind

କଟକ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ ହୋଇଯାଇଛି। ଆଜି ଭୋର୍‌ରେ କଟକର ଛତ୍ରବଜାର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନ୍‌ସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।

Advertisment

ଆଜି ଭୋର୍ ପ୍ରାୟ ତିନିଟା ବେଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।

ସୁବାସ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଯୋଜକ ଥିଲେ। ସେ ‘ସୁନାପଞ୍ଜୁରୀ’, ‘ସନ୍ତାନ’, ‘ଭାଗ୍ୟ ହାତେ ଡୋରି’, ‘ଲକ୍ଷ୍ମଣ ରେଖା’ ଓ ‘ସିଂହବାହିନୀ’ ଭଳି ବହୁ ଓଡ଼ିଆ ଫିଲ୍ମ ନିର୍ମାଣ କରିଥିଲେ।

Advertisment

‘ସୁନାପଞ୍ଜୁରୀ’ ଫିଲ୍ମ ତାଙ୍କୁ ଖୁବ୍ ମାଇଲେଜ୍ ଦେଇଥିଲା। ଏଥିରେ ସିଦ୍ଧାନ୍ତ ମହାପାତ୍ର ଅଭିନୟ କରିଥିଲେ।

ସେ ‘ବିଧାତାର ଖେଳ’ ଭଳି କିଛି ଟିଭି ସିରିଏଲ୍ ମଧ୍ୟ ନିର୍ମାଣ କରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଶା ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।