Advertisment

ନାଟ୍ୟକାର ନାରାୟଣ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଶିକ୍ଷାବିତ୍ ତଥା ଜଣାଶୁଣା ନାଟ୍ୟକାର ପ୍ରଫେସର ନାରାୟଣ ଶତପଥୀଙ୍କ ପରଲୋକ ହୋଇଯାଇଛି। ଗତକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ୧୯୩୩ ମସିହାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଡ଼ ନୂଆଗାଁରେ ସେ ଜନ୍ମ ହୋଇଥିଲେ। ପିଲାବେଳୁ ତାଙ୍କର ଅଭିନୟ ପ୍ରତି ରୁଚି ଥିଲା। ଜଟଣୀର ବହୁ ପୁରାତନ ଉତ୍ତରାୟଣୀ କ୍ଲବ୍‌ର ସେ ଆଜୀବନ […]

ନାଟ୍ୟକାର ନାରାୟଣ ଶତପଥୀଙ୍କ ପରଲୋକ

narayan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଶିକ୍ଷାବିତ୍ ତଥା ଜଣାଶୁଣା ନାଟ୍ୟକାର ପ୍ରଫେସର ନାରାୟଣ ଶତପଥୀଙ୍କ ପରଲୋକ ହୋଇଯାଇଛି।

Advertisment

ଗତକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

୧୯୩୩ ମସିହାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଡ଼ ନୂଆଗାଁରେ ସେ ଜନ୍ମ ହୋଇଥିଲେ। ପିଲାବେଳୁ ତାଙ୍କର ଅଭିନୟ ପ୍ରତି ରୁଚି ଥିଲା। ଜଟଣୀର ବହୁ ପୁରାତନ ଉତ୍ତରାୟଣୀ କ୍ଲବ୍‌ର ସେ ଆଜୀବନ ସଦସ୍ୟ ଥିଲେ। ବ୍ୟୋମକେଶ ତ୍ରିପାଠୀଙ୍କ ସହ ମିଶି ସେ ସେଠାରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ।

Advertisment

ସେ ରାଜ୍ୟର ବିଭିନ୍ନ କଲେଜ୍‌ରେ ଅଧ୍ୟାପନା କରିଥିଲେ।

ପ୍ରଫେସର ନାରାୟଣ ଶତପଥୀ ଅନେକ ନାଟକ, ପ୍ରବନ୍ଧ ଓ କବିତା ପୁସ୍ତକ ଲେଖିଥିଲେ। ଏହା ସହିତ ଅନେକ ପୁସ୍ତକର ଅନୁବାଦ ମଧ୍ୟ କରିଥିଲେ।

‘ସହସ୍ର ଶିଖା’, ‘ପାହାନ୍ତି ତାରା’, ‘ଫଲଗୁର୍ ବନ୍ୟା’, ‘ମୃଗନାଭି’, ‘ଜଳ ତରଙ୍ଗ’, ‘ତମକୁ ମିଛ ମତେ ସତ’ ଓ ‘କଣ୍ଟାକାଚ’ ଭଳି ନାଟକ ଲେଖି ସେ ବହୁ ଚର୍ଚ୍ଚିତ ହୋଇଥିଲେ। ସେହିପରି ‘ଅସମାପ୍ତ ହେ କବିତା‘, ‘ଅଗ୍ନି ସ୍ୱାକ୍ଷର‘, ‘ଅସଂଲଗ୍ନ’, ‘ପାଖୁଡ଼ା’, ‘ଗାଥା ହଂସର’ ଭଳି କବିତା ପୁସ୍ତକ ସେ ଲେଖିଥିଲେ।

‘ଉଲ୍‌କା’, ‘ଅମଡ଼ାବାଟ’, ‘ବତାଶି ଝଡ଼’ ଓ ‘ପିପାସା’ ଭଳି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe