Advertisment

Vigilance Trap: ଭିଜିଲାନ୍ସ ଜାଲରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ, ସବସିଡି ଦେବାକୁ ନେଉଥିଲେ ୩୦ ହଜାର ଟଙ୍କା

ଦ୍ୱିତୀୟ ପର୍ଯ୍ୟାୟ ସବସିଡି ରାଶି ପାଇଁ ହିତାଧିକାରୀଙ୍କୁ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଭାଶିଷ ସାମଲ ୪୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ହିତାଧିକାରୀ ନିଜ ଅକ୍ଷମତା ପ୍ରକାଶ କରିବା ପରେ ସେ ୩୦ ହଜାରକୁ ଖସିଥିଲେ।

Bribe
Advertisment

ଜଣେ ହିତାଧିକାରୀଙ୍କୁ ସବ୍‌ସିଡି ରାଶି ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଭାଶିଷ ସାମଲ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ହିତାଧିକାରୀ କୁକୁଡ଼ା ଚାଷ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପ୍ରକଳ୍ପର ସଂପୂର୍ଣ୍ଣ ଖର୍ଚ୍ଚ ୭ ଲକ୍ଷ ୨୦ ହଜାର ଟଙ୍କା ରହିଛି। ନିୟମ ଅନୁସାରେ ତାଙ୍କୁ ୪ ଲକ୍ଷ ୩୨ ହଜାର ଟଙ୍କାର ସବସିଡି ମଞ୍ଜୁର ହୋଇଥିଲା। ପ୍ରଥମ ପର୍ଯ୍ୟାୟ ସବସିଡି ରାଶି ଘର ନିର୍ମାଣ ପରେ ମିଳିଥିଲା।  

ଦ୍ୱିତୀୟ ପର୍ଯ୍ୟାୟ ସବସିଡି ରାଶି ପାଇଁ ହିତାଧିକାରୀଙ୍କୁ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଭାଶିଷ ସାମଲ ୪୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ହିତାଧିକାରୀ ନିଜ ଅକ୍ଷମତା ପ୍ରକାଶ କରିବା ପରେ ସେ ୩୦ ହଜାରକୁ ଖସିଥିଲେ। ଲାଞ୍ଚ ନ ଦେଲେ ଫାଇଲ୍ ଆଗକୁ ବଢ଼ିବ ନାହିଁ ବୋଲି ଶୁଣାଇ ଦେଇଥିଲେ ଶୁଭାଶିଷ। 

Advertisment

ଏହା ପରେ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲା। ଯୋଜନା ପ୍ରକାରେ ଆଜି ହିତାଧିକାରୀ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଭାଶିଷ ସାମଲଙ୍କୁ ଭେଟି ୩୦ ହଜାର ଟଙ୍କା ଦେଇଥିଲେ। ଶ୍ରୀ ସାମଲ ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଠି ଛକରେ ଲାଞ୍ଚ ଅର୍ଥ ନେଉଥିବା ବେଳେ କଟକ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଧରିଥିଲା। 
  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe