Advertisment

ପ୍ରମୁଖ ସହରରେ ୪୦ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ସମ୍ୱଲପୁର, ଭବାନୀପାଟଣା ଓ ଟିଟିଲାଗଡକୁ ଛାଡି ରାଜ୍ୟର ଅନ୍ୟସବୁ ପ୍ରମୁଖ ସହର ଗୁଡିକରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା। ସମ୍ୱଲପୁରରେ ୪୧.୧ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ ଓ ଭବାନୀପାଟଣାରେ ତାପମାତ୍ରା ୪୧.୫ ରହିଥିଲା। ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱରରେ ୩୪.୮, ଚାନ୍ଦବାଲିରେ ୩୮.୨, କଟକରେ ୩୬.୦,  ଅନୁଗୋଳରେ ୩୯.୧, ହୀରାକୁଦରେ ୩୯.୪, ଢେଙ୍କାନାଳରେ ୩୬.୮, ପୁରୀରେ ୩୩.୫ […]

ଅଦ୍ୟତନ ହୋଇଛି
ପ୍ରମୁଖ ସହରରେ  ୪୦ ତଳକୁ ଖସିଲା ପାରଦ

summer

Advertisment

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ସମ୍ୱଲପୁର, ଭବାନୀପାଟଣା ଓ ଟିଟିଲାଗଡକୁ ଛାଡି ରାଜ୍ୟର ଅନ୍ୟସବୁ ପ୍ରମୁଖ ସହର ଗୁଡିକରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା। ସମ୍ୱଲପୁରରେ ୪୧.୧ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ ଓ ଭବାନୀପାଟଣାରେ ତାପମାତ୍ରା ୪୧.୫ ରହିଥିଲା।

Advertisment

ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱରରେ ୩୪.୮, ଚାନ୍ଦବାଲିରେ ୩୮.୨, କଟକରେ ୩୬.୦,  ଅନୁଗୋଳରେ ୩୯.୧, ହୀରାକୁଦରେ ୩୯.୪, ଢେଙ୍କାନାଳରେ ୩୬.୮, ପୁରୀରେ ୩୩.୫ ରହିଥିଲା। ଉତ୍ତପ୍ତ ବଲାଙ୍ଗୀର ଓ ଝାରସୁଗୁଡାରେ ମଧ୍ୟ ଆଜି ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା । ଏହି ଦୁଇ ସହରରେ ତାପମାତ୍ରା ଯଥାକ୍ରମେ ୩୮.୫ ଓ  ୩୯.୮ ଡିଗ୍ରୀ ରହିଥିଲ। ସେହିପରି  ଫୁଲବାଣୀରେ ତାପମାତ୍ରା  ୩୬.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ  ମାଲକାନଗିରିରେ ୩୫.୬, ପାରାଦ୍ୱୀପରେ ୩୨.୮ ଓ ଗୋପାଳପୁରରେ ୩୨.୪ ଡିଗ୍ରୀ ତପମାତ୍ରା ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe