Advertisment

ବିଜେପି ସବୁଠୁ ଧନୀ, ଦ୍ୱିତୀୟରେ କଂଗ୍ରେସ: ବିଜେଡି ବି ପଛରେ ନାହିଁ, ଜାଣନ୍ତୁ କାହା ଆକାଉଣ୍ଟରେ କେତେ ?

ଭୁବନେଶ୍ୱର: ବିଜେପି ଦେଶର ସବୁଠୁ ଧନୀ ରାଜନୈତିକ ଦଳ। ୮୯୪ କୋଟିର ମାଲିକ ହୋଇ କଂଗ୍ରେସକୁ ପଛରେ ପକାଇ ଦେଇଛି ବିଜେପି । ରାଜନୈତିକ ଦଳ ଗୁଡିକ ନିର୍ବାଚନ କମିଶନଙ୍କୁ ଦେଇଥିବା ତଥ୍ୟ ଆଧାରରେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମସ ବା ADR ଏହି ରିପୋର୍ଟ ପ୍ରକାଶ କରିଛି। ତେବେ କ୍ଷମତାରୁ ଦୂରରେ ଥିଲେ ବି କଂଗ୍ରେସର ଆୟ ବି କିଛି କମି ନାହିଁ । ଆଞ୍ଚଳିକ ଦଳ ଭାବେ ୨୦୧୨ରୁ ୧୫ ଭିତରେ ବିଜେଡିର ଆୟ ବି ବେଶ୍ ବଢିଛି । ଯାହା ସିପିଆଇ ଭଳି ଜାତୀୟ ଦଳର ଆୟରୁ ପ୍ରାୟ ୭ ଗୁଣା ଅଧିକ।  ଆସନ୍ତୁ ଦେଖିବା ଦଳଙ୍କ  ଭିତରେ କିଏ କେତେ ଧନୀ।

ଧନୀ ଦଳର ତାଲିକାର ଏକ ନମ୍ବରରେ ଭାରତୀୟ ଜନତା ପାର୍ଟି ଦଳର ସମ୍ପତ୍ତିର ମୁଲ୍ୟ ହେଉଛି ୮୯୩ କୋଟି ୮୮ ଲକ୍ଷ।  ୨୦୧୫-୧୬ ବର୍ଷରେ ନିର୍ବାଚନ କମିଶନଙ୍କୁ ବିଜେପି ଦେଇଥିବା ତଥ୍ୟକୁ ପ୍ରକାଶ କରିଛି  ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ।  ୨୦୦୪ରେ ବିଜେପିର ସଂପତ୍ତିର ମୁଲ୍ୟ ଥିଲା ୧୨୨ କୋଟି ୯୩ ଲକ୍ଷ । ୧୧ ବର୍ଷ ଭିତରେ ଦଳର ସଂପତ୍ତି ୬୨୭ ପ୍ରତିଶତ ବଢିଛି । ଧନୀରେ ଦୁଇ ନମ୍ବରକୁ ଖସିଛି କଂଗ୍ରେସ। ତେବେ କ୍ଷମତାରୁ ଯିବା ପରେ ବି ଦଳର ସଂପତ୍ତି ର ମୂଲ୍ୟ  ରହିଛି ୭୫୮ କୋଟି ୭୯ ଲକ୍ଷ। ୨୦୦୪ରେ ଦଳର ସଂପତ୍ତି ଥିଲା ୧୬୭ କୋଟି ୩୫ ଲକ୍ଷ॥

୧୧ ବର୍ଷ ଭିତରେ କଂଗ୍ରେସ ସଂପତ୍ତି ୩୫୩ ପ୍ରତିଶତ ବଢିଛି । ଧନୀ ଦଳ ଭିତରେ ତିନି ନମ୍ବରରେ ଅଛି ବହୁଜନ ସମାଜ ପାର୍ଟି। ମାୟବତୀଙ୍କ ଦଳର ସଂପତ୍ତି ହେଉଛି ୫୫୯ କୋଟି॥ ଆଞ୍ଚଳିକ ଦଳ ଭାବେ ବିଜେଡିର ଆୟ ବି କମ ନୁହେଁ। ୨୦୧୨ରୁ ୧୫ ଭିତରେ ନିର୍ବାଚନ କମିଶନଙ୍କୁ ଦଳ ଦେଇଥିବା ତଥ୍ୟ ଆଧାରରେ ଆସୋସିଏସନ ଫର ଡେମେକ୍ରାଟିକ ରିଫର୍ମସ କହିଛି , ଏହି ତିନି ବର୍ଷରେ ବିଜେଡିର ଆୟ ସିପିଆଇ ଠାରୁ ୭ ଗୁଣା ଅଧିକ । ଏହି ତିନି ବର୍ଷରେ ସିପିଆଇର ଆୟ ହେଉଛି ୫ କୋଟି ୩୫ ଲକ୍ଷ।  ଆଉ ବିଜେଡିର ହେଉଛି ୩୮ କୋଟି ୫ ଲକ୍ଷ।  ତେବେ ଦାନ ଆକାରରେ ଦଳ ୯୪ ଜଣଙ୍କ ପାଖରୁ ପାଇଛି ୩୫ କୋଟି ୬୨ଲକ୍ଷ ଟଙ୍କା । ସମୁଦାୟ ଦାନର ୮୪ ପ୍ରତିଶତ ଅର୍ଥାତ ୩୦ କୋଟି କେବଳ ମହାରାଷ୍ଟ୍ରରୁ ମିଳିଛି।  ତେବେ ଦଳ ପାଇଥିବା ଦାନର ୫୧ ପ୍ରତିଶତ, ଅର୍ଥାତ ୧୮ କୋଟି ୨୦ ଲକ୍ଷ ଟଙ୍କା ଦେଇଥିବା ଦାତା ନିଜ ପାନ ନମ୍ବର ଦେଇନାହାଁନ୍ତି ।  ବେନାମୀ  ସଂସ୍ଥାରୁ ଦଳକୁ ଆସିଛି ୮୧ ଲକ୍ଷ ଟଙ୍କା । ତେବେ ପାନକାର୍ଡ ନ ଦେଇ ଦଳକୁ ମିଳିଥିବା ଟଙ୍କା ଚିଟଫଣ୍ଡ ଟଙ୍କା ବୋଲି ଅଭିଯୋଗ କରିଛି ବିଜେପି।  ବିଜେଡି ଏହାର ଜବାବ ରଖିଛି। ତେବେ ପ୍ରତିକ୍ରିୟାରେ ବିଜେଡି ନେତା ସୁବାସ ସିଂ କହିଛନ୍ତି  ଭିଡିଓରେ ଶୁଣନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe