Advertisment

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡରେ ଦିଲୀପ ବେଉରା, ବିଦ୍ୟୁତଲତା ବେଉରା, ପ୍ରଦୀପ ବେଉରା ଓ ପ୍ରତାପ ବେଉରାଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁରେ ଘରର ଆସବାବପତ୍ର, ଧାନ ଚାଉଳ, ବିରି ମୁଗ ସହ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। କୋରୁଆ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସର୍ଟସର୍କିଟରୁ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର

fire,,,88

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡରେ ଦିଲୀପ ବେଉରା, ବିଦ୍ୟୁତଲତା ବେଉରା, ପ୍ରଦୀପ ବେଉରା ଓ ପ୍ରତାପ ବେଉରାଙ୍କ ଘରେ ନିଆଁ ଲାଗିଯାଇଥିଲା।

Advertisment

ନିଆଁରେ ଘରର ଆସବାବପତ୍ର, ଧାନ ଚାଉଳ, ବିରି ମୁଗ ସହ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। କୋରୁଆ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।