'ବାଂଲାଦେଶରେ ହିନ୍ଦୁ ସମାଜର ବିଲୋପ ପାଇଁ ଜିହାଦୀ ଗୋଷ୍ଠୀଙ୍କ ଯୋଜନାବଦ୍ଧ ଷଡଯନ୍ତ୍ର'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଂଲାଦେଶରେ ହିନ୍ଦୁ ସମାଜକୁ ବିଲୋପ କରିଦେବା ପାଇଁ ବାରମ୍ବାର ଆକ୍ରମଣ ହେଉଛି। ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସେଠାରେ ଜିହାଦୀ ଗୋଷ୍ଠୀ ଦ୍ୱାରା ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ବର୍ବରୋଚିତ ଆକ୍ରମଣ ଓ ବ୍ୟାପକ ଇସଲାମିକରଣର ଷଡ଼ଯନ୍ତ୍ରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତୀବ୍ର ନିନ୍ଦା କରିଛି। ବାଂଲାଦେଶରେ ଅଥବା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ମୌଳବାଦୀ ଇସଲାମିକ ଗୋଷ୍ଠୀର ଆବିର୍ଭାବ ଦ୍ୱାରା ସାରା ବିଶ୍ୱର ଶାନ୍ତିପ୍ରିୟ ଦେଶମାନଙ୍କର ଗଣତାନ୍ତ୍ରିକ […]

rss

rss

Ranjit Kumar Jena
  • Published: Wednesday, 03 November 2021
  • Updated: 03 November 2021, 06:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଂଲାଦେଶରେ ହିନ୍ଦୁ ସମାଜକୁ ବିଲୋପ କରିଦେବା ପାଇଁ ବାରମ୍ବାର ଆକ୍ରମଣ ହେଉଛି। ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସେଠାରେ ଜିହାଦୀ ଗୋଷ୍ଠୀ ଦ୍ୱାରା ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ବର୍ବରୋଚିତ ଆକ୍ରମଣ ଓ ବ୍ୟାପକ ଇସଲାମିକରଣର ଷଡ଼ଯନ୍ତ୍ରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତୀବ୍ର ନିନ୍ଦା କରିଛି। ବାଂଲାଦେଶରେ ଅଥବା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ମୌଳବାଦୀ ଇସଲାମିକ ଗୋଷ୍ଠୀର ଆବିର୍ଭାବ ଦ୍ୱାରା ସାରା ବିଶ୍ୱର ଶାନ୍ତିପ୍ରିୟ ଦେଶମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ମାନବାଧିକାର ପାଇଁ ଭୟଙ୍କର ବିପଦ ସୃଷ୍ଟି ହୋଇପାରେ ବୋଲି ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ସତର୍କ କରାଇ ଦେଇଛି।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ତରଫରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି ଯେ, ଗତ ଅକ୍ଟୋବର ୨୮,୨୯ ଓ ୩୦ ତାରିଖ ତିନିଦିନ ଧରି କର୍ଣ୍ଣାଟକର ଧାରୱାଡ ଠାରେ ଅନୁଷ୍ଠିତ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି। ମିଥ୍ୟା ଖବର ଆଧାରରେ ଆକ୍ରମଣ ତଥା ସାମ୍ପ୍ରଦାୟିକ ଉନ୍ମାଦନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପବିତ୍ର ଦୁର୍ଗାପୂଜା ପର୍ବ ସମୟରେ ଆରମ୍ଭ ହୋଇଥିବା ସାଂପ୍ରଦାୟିକ ହିଂସାରେ ଅନେକ ନିରପରାଧୀ ହିନ୍ଦୁମାନଙ୍କର ହତ୍ୟା କରାଯାଇଛି। ଏଥିରେ ଶହଶହ ଲୋକ କ୍ଷତବିକ୍ଷତ ହୋଇଛନ୍ତି ଓ ହଜାର ହଜାର ପରିବାର ବାସହରା ହୋଇଛନ୍ତି।

ଗତ ଦୁଇ ସପ୍ତାହ ମଧ୍ୟରେ ହିନ୍ଦୁ ସମାଜର ଅନେକ ମା’ ଉଭଣୀ ଅତ୍ୟାଚାରର ଶିକାର ହୋଇଛନ୍ତି ତଥା ମନ୍ଦିର ଓ ପୂଜା ପେଣ୍ଡାଲଗୁଡିକ ମଧ୍ୟ ଧ୍ୱଂସ କରାଯାଇଛି। ସଂଖ୍ୟାଲଘୁ ହିନ୍ଦୁ ସମାଜ ଉପରେ ହେଉଥିବା ବାରମ୍ବାର ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ହେଉଛି ବାଂଲାଦେଶରେ ହିନ୍ଦୁ ସମାଜର ସଂପୂର୍ଣ୍ଣ ବିନାଶ, ଯାହାର ପରିଣାମ ସୂରୂପ ଭାରତ ବିଭାଜନ ସମୟରୁ ହିନ୍ଦୁ ସମାଜର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ବିଭାଜନ ସମୟରେ ପୂର୍ବବଙ୍ଗରେ ହିନ୍ଦୁମାନଙ୍କର ଜନସଂଖ୍ୟା ପ୍ରାୟ ୨୮୦୦ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ପ୍ରାୟ ୮ ପ୍ରତିଶତକୁ ଖସି ଆସିଛି।

ବିଶେଷକରି ଏ ସମୟରେ ଜମାତ-ଏ-ଇସଲାମି (ବାଂଲାଦେଶ) ଭଳି କଟ୍ଟରପନ୍ଥୀ ଇସଲାମିକ ଗୋଷ୍ଠୀ ଦ୍ୱାରା ଅତ୍ୟାଚାର ତଥା ୧୯୭୧ ମସିହାରେ ହୋଇଥିବା ଯୁଦ୍ଧ କାରଣରୁ ବହୁ ସଂଖ୍ୟାରେ ହିନ୍ଦୁ ସମାଜ ଭାରତକୁ ପଳାୟନ କରିଥିଲେ। ଏହି ଘଟଣା ଉପରେ ତଥାକଥିତ ମାନବାଧିକାର ସଂଗଠନ ତଥା ଜାତିସଂଘ ସମ୍ପର୍କିତ ସଂସ୍ଥାଗୁଡିକର ସଂପୂର୍ଣ୍ଣ ନିରବତା ଉପରେ ମଧ୍ୟ ସଂଘ ଚିନ୍ତାବ୍ୟକ୍ତ କରିଛି। ତେଣୁ ଅନ୍ତର୍ରାଷ୍ଟ୍ରୀୟ ସମୁଦାୟ ଏହି ହିଂସା ଘଟଣାର ନିନ୍ଦା କରିବା ପାଇଁ ଆଗେଇ ଆସନ୍ତୁ ତଥା ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ, ବୌଦ୍ଧ ଓ ଅନ୍ୟ ଅଳ୍ପସଂଖ୍ୟକସମାଜଙ୍କ ସପକ୍ଷରେ ନିଜର ସ୍ୱର ଉଠାନ୍ତୁ ବୋଲି କାର୍ଯ୍ୟକାରୀ ମଣ୍ଡଳ କହିଛି।

ପାରିତ ପ୍ରସ୍ତାବରେ ହିଂସା ପୀଡିତଙ୍କ ପରିବାରକୁ ସାହାଯ୍ୟ କରିଥିବାରୁ ଇସ୍କନ, ରାମକୃଷ୍ଣ ମିଶନ, ଭାରତ ସେବଶ୍ରମ ସଂଘ, ବିଶ୍ୱହିନ୍ଦୁ ପରିଷଦ ଏବଂ ଅନେକ ହିନ୍ଦୁ ସଂଗଠନ ଗୁଡିକ ପ୍ରଶଂସା କରାଯାଇଛି। କାର୍ଯ୍ୟକାରୀ ମଣ୍ଡଳ ଭାରତ ସରକାରଙ୍କୁ ଅନୁରୋଧ କରିଛି ଯେ, ସମସ୍ତ କୂଟନୈତିକ ମାଧ୍ୟମ ପ୍ରୟୋଗକରି ବାଂଲାଦେଶରେ ହେଉଥିବା ଆକ୍ରମଣ ତଥା ମାନବାଧିକାର ଉଲଙ୍ଘନ ବିଷୟରେ ସାରା ବିଶ୍ୱରେ ବସବାସ କରୁଥିବା ହିନ୍ଦୁ ସମାଜ ଏବଂ ସଂସ୍ଥାଗୁଡିକର ଭାବନାକୁ ଦୃଷ୍ଟିରେ ରଖି ଏ ସମ୍ପର୍କରେ ବାଂଲାଦେଶ ସରକାରଙ୍କୁ ଅବଗତ କରାନ୍ତୁ, ଯାହାଫଳରେ ହିନ୍ଦୁ ଓ ବୌଦ୍ଧମାନଙ୍କ ସୁରକ୍ଷା ସୁନିଶ୍ଚିତ ହୋଇ ପାରିବ ବୋଲି ପ୍ରସ୍ତାବରେ କୁହାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ୧୩ ଜଣ ସମେତ ସମଗ୍ର ଭାରତରୁ ୩୪୬ଜଣ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର ଏବଂ ସହପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story