Advertisment

ମୃତଦେହ ରଖି ନର୍ସିଂହୋମ ଆଗରେ ଧାରଣା

ସୋର (ଶଶିକାନ୍ତ ବେହେରା): ଚିକିତ୍ସା ଅବହେଳାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଏକ ଘରୋଇ ନର୍ସିଂହୋମ ଆଗରେ ମୃତଦେହ ରଖି ଧାରଣାରେ ବସିଛନ୍ତି ତାଙ୍କ ପରିବାର ଲୋକେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଉତ୍ତରେଶ୍ୱରରେ। ଗତ ଶୁକ୍ରବାର ଦିନ ସୋର ବ୍ଲକ୍ ଆଙ୍ଗୁଳା ଗାଁର କୌଶଲ୍ୟା (୧୮) ଆପେଣ୍ଡିକ୍ସ ସାଇଡ୍ ଅପରେସନ୍‌ ପାଇଁ ବାସନ୍ତିକ ଦୁର୍ଗା ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ। ଗତକାଲି ସକାଳେ ତାଙ୍କର ଅପରେସନ୍‌ ହୋଇଥିଲା। ବିଳମ୍ୱିତ […]

ଅଦ୍ୟତନ ହୋଇଛି
ମୃତଦେହ ରଖି ନର୍ସିଂହୋମ ଆଗରେ ଧାରଣା

soro

Advertisment

ସୋର (ଶଶିକାନ୍ତ ବେହେରା): ଚିକିତ୍ସା ଅବହେଳାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଏକ ଘରୋଇ ନର୍ସିଂହୋମ ଆଗରେ ମୃତଦେହ ରଖି ଧାରଣାରେ ବସିଛନ୍ତି ତାଙ୍କ ପରିବାର ଲୋକେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଉତ୍ତରେଶ୍ୱରରେ।

Advertisment

ଗତ ଶୁକ୍ରବାର ଦିନ ସୋର ବ୍ଲକ୍ ଆଙ୍ଗୁଳା ଗାଁର କୌଶଲ୍ୟା (୧୮) ଆପେଣ୍ଡିକ୍ସ ସାଇଡ୍ ଅପରେସନ୍‌ ପାଇଁ ବାସନ୍ତିକ ଦୁର୍ଗା ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ। ଗତକାଲି ସକାଳେ ତାଙ୍କର ଅପରେସନ୍‌ ହୋଇଥିଲା। ବିଳମ୍ୱିତ ରାତିରେ ତାଙ୍କର ଚେତା ଫେରିଥିଲା। ହେଲେ ତାଙ୍କର  ଯନ୍ତ୍ରଣା ହେବାରୁ ନର୍ସିଂ ହୋମ୍‌ କର୍ତ୍ତୃପକ୍ଷ ତାଙ୍କୁ ଏକ ଇଞ୍ଜିକସନ୍ ଦେଇ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ କୌଶଲ୍ୟାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିସହ ନର୍ସିଂହୋମ ଆଗରେ ମୃତଦେହ ରଖି ଧାରଣାରେ ବସିଛନ୍ତି । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଛି। ଅନ୍ୟପକ୍ଷରେ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe