‘ସେଦିନ ଗେଷ୍ଟ ହାଉସ୍‌ରେ ଏହି ୫ ଜଣ କରୁଥିଲେ କ’ଣ?’

ଯାଜପୁର(ଓଡ଼ିଶା ରିପୋର୍ଟର): ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଥିଲା। ଏଥିଯୋଗୁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏହି ପରିପ୍ରେକ୍ଷୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ, ସ୍ମିତାରାଣୀ ବିଶ୍ୱାଳଙ୍କୁ ବିଜେଡିର ପ୍ରଭାବଶାଳୀ ନେତାମାନେ ଗଣ ଦୁଷ୍କର୍ମ କରି ହତ୍ୟା କଲେ। କିନ୍ତୁ ପରବର୍ତ୍ତୀକାଳରେ ପୋଲିସ ଦୋଷୀଙ୍କୁ  ଧରିବା ଜାଗାରେ ତାଙ୍କୁ ଘଣ୍ଟ ଘୋଡ଼ାଉଛି। ତାଙ୍କୁ ଖସାଇ […]

4321-4-750x430

4321-4-750x430

Tapas Behera
  • Published: Monday, 21 October 2019
  • Updated: 21 October 2019, 04:49 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଥିଲା। ଏଥିଯୋଗୁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏହି ପରିପ୍ରେକ୍ଷୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ, ସ୍ମିତାରାଣୀ ବିଶ୍ୱାଳଙ୍କୁ ବିଜେଡିର ପ୍ରଭାବଶାଳୀ ନେତାମାନେ ଗଣ ଦୁଷ୍କର୍ମ କରି ହତ୍ୟା କଲେ। କିନ୍ତୁ ପରବର୍ତ୍ତୀକାଳରେ ପୋଲିସ ଦୋଷୀଙ୍କୁ  ଧରିବା ଜାଗାରେ ତାଙ୍କୁ ଘଣ୍ଟ ଘୋଡ଼ାଉଛି। ତାଙ୍କୁ ଖସାଇ ଦେବାକୁ ଷଡ଼ଯନ୍ତ୍ର କରୁଛି। ତଥ୍ୟ ପ୍ରମାଣ ନଷ୍ଟ କରୁଛି।

ଲେଖାଶ୍ରୀ ଆହୁରୀ କହିଛନ୍ତି ଯେ, ସ୍ମିତାରାଣୀଙ୍କ ଅନୈତିକ ସମ୍ପର୍କ ଥିବା ଏବଂ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ଯାଜପରୁ ଏସପି କହିବା ତଦନ୍ତକୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ। ଜଣେ ମୃତକ ମହିଳାଙ୍କ ସମ୍ମାନ କରିବା ପାଇଁ ଯେଉଁ ଅପଚେଷ୍ଟା କରାଯାଇଛି ତାକୁ ଆମେ ନିନ୍ଦା କରୁଛେ।  ଏହା ହେଉଛି ଯାଜପୁରର ସମ୍ମାନର କଥା। ଏହାକୁ ନେଇ ଆମେ ଯାଜପୁର ବନ୍ଦପାଳନ କରିଥିଲେ।

ସେ କହିଛନ୍ତି, ଏଥିରେ ଆମକୁ ସ୍ୱତଃସ୍ଫୂର୍ତ୍ତ ଭାବେ ସାଧାରଣ ଜନତା ସମର୍ଥନ ଜଣାଇଛନ୍ତି। ଏସପିଙ୍କ ବିରୋଧରେ ଲୋକେ ପ୍ରତିବାଦ କରିଛନ୍ତି।  ଯଦି ଅନ୍ୟ କୌଣସି ଦଳ ସ୍ମିତାରାଣୀଙ୍କୁ ନ୍ୟାୟ ଦେବେ ଆମେ ତାକୁ ସ୍ୱାଗତ କରିବୁ। ଏସପି କହିଲେ ସ୍ମିତାରାଣୀ ଚରିତ୍ରହୀନ। ତାଙ୍କର ୪ ବର୍ଷର ଛୁଆ, ତାଙ୍କ ବାପା, ତାଙ୍କ ମା’ ଏବଂ ତାଙ୍କ ତାଙ୍କ ସ୍ୱାମୀ ଏମାନେ କେମିତି ବଞ୍ଚିବେ?  ଯେଉଁମାନେ ଆମ ପଦକ୍ଷେପକୁ ସମାଲୋଚନା କରୁଛନ୍ତି ମୁଁ ତାଙ୍କୁ ଅନୁରୋଧ କରିବି ଆପଣ ଯେଉଁ ବାଟ ଉଚିତ୍‌ ଭାବୁଛନ୍ତି ସେହି ବାଟରେ ନ୍ୟାୟ ଦେବେ ଦିଅନ୍ତୁ । ସମସ୍ତଙ୍କୁ ସହଯୋଗ କରନ୍ତୁ ।

ସେ କହିଛନ୍ତି,  ଆମ ଦଳ ଭିତରେ ଆଲୋଚନା କରି  ଯେଉଁ ଦୁଇ-ତିନୋଟି କଥା ବାହାରୁଛି, ଘଟଣା ଦିନ ସେଇ ଗେଷ୍ଟ ହାଉସ୍‌ରେ ୪ ଜଣ ନିର୍ବାଚିତ ପ୍ରତିନିଧି ଥିଲେ। ୨ ଜଣ ସମିତି ସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଓ ଜଣେ ସରପଞ୍ଚଙ୍କ ସ୍ୱାମୀ ଥିଲେ। ରାମକୋର ଜଣେ ଉଚ୍ଚପଦସ୍ତ ଅଧିକାରୀ ଥିଲେ। ସେମାନେ ସେଠାରେ କ’ଣ କରୁଥିଲେ? ଏହା ମଧ୍ୟ ଶୁଣାଯାଉଛି ଯେ, ସେଇ ପଞ୍ଚାୟତକୁ ୮୦ଟି ପ୍ରଧାନମନ୍ତ୍ରୀ ଆବାସ ଆସିଥିଲା। ସେଇ ୮୦ଟିରୁ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ୨୦ଟି ଯୋଗ୍ୟ ହିତାଧିକାରୀଙ୍କୁ ଦେବାକୁ କହିଥିଲେ। ବାକି ୬୦ଟି ନିର୍ଦ୍ଦିଷ୍ଟ ଲୋକଙ୍କୁ ଦେବା ପାଇଁ ଚାପ ପକାଇଥିଲେ।  ହେଲେ ଏଥିରେ ସ୍ମିତାରାଣୀ ରାଜି ହୋଇ ନଥିଲେ । ଯେଉଁଥିପାଇଁ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos