Advertisment

ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼

ବାରିପଦା (ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାରିଲେ ଲୋକେ। ଏଥିରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲାପାଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ। ଅପରାହ୍ଣ ପ୍ରାୟ ୫ଟା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ବାରିପଦାରୁ ବାଙ୍ଗରିପୋଷି ଆଡ଼କୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। କୁଳିଆଣି ଥାନା ଅନ୍ତର୍ଗତ ସୌରୀ ନିକଟରେ ଲୋକେ ରାସ୍ତାରୋକ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଆଖପାଖ ଆଉ ୫ ଖଣ୍ଡ ଗାଁର ଲୋକେ […]

ଅଦ୍ୟତନ ହୋଇଛି
ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼

Attack

Advertisment

ବାରିପଦା (ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାରିଲେ ଲୋକେ। ଏଥିରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲାପାଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ।

Advertisment

ଅପରାହ୍ଣ ପ୍ରାୟ ୫ଟା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ବାରିପଦାରୁ ବାଙ୍ଗରିପୋଷି ଆଡ଼କୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। କୁଳିଆଣି ଥାନା ଅନ୍ତର୍ଗତ ସୌରୀ ନିକଟରେ ଲୋକେ ରାସ୍ତାରୋକ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଆଖପାଖ ଆଉ ୫ ଖଣ୍ଡ ଗାଁର ଲୋକେ ପଞ୍ଚାୟତ ଅଫିସ୍ ସ୍ଥାନାନ୍ତର ଦାବିରେ ଏନ୍ଏଚ୍-୧୮କୁ ସେଠାରେ ଅବରୋଧ କରିଥିଲେ।

ରାସ୍ତାରୋକ ବେଳେ ଜିଲ୍ଲାପାଳ ସେଠାରେ ପହଞ୍ଚିଥିଲେ। ଲୋକେ ଜିଲ୍ଲାପାଳଙ୍କୁ ଅଟକାଇ ଥିଲେ। ସେମାନେ ତାଙ୍କ ଗାଡ଼ି ଆଗରେ ପଥର ଥୋଇ ଦେଇଥିଲେ। ଲୋକେ ଜିଲ୍ଲାପାଳଙ୍କ ସହିତ ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ। ତେବେ ଜିଲ୍ଲାପାଳ ସେମାନଙ୍କ ସହିତ ଆଲୋଚନା କରି କିଛି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ସେଠାରୁ ଚାଲିଯିବା ପାଇଁ ପ୍ରୟାସ କରିବାରୁ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରୁ କେହି ତାଙ୍କ ଗାଡ଼ିକୁ ପଥର ମାରିଥିଲେ। ପଥର ମାଡ଼ରେ ଗାଡ଼ିର ପଛ କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା। ତେବେ ଜିଲ୍ଲାପାଳଙ୍କର କିଛି ହୋଇ ନାହିଁ। ସେ ସୁରକ୍ଷିତ ଅଛନ୍ତି।

Advertisment

ଏହି ଘଟଣା ପରେ ପୁଲିସ୍ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା। ଏହା ସହିତ ବୁଝାସୁଝା କରି ସେଠାରୁ ଲୋକଙ୍କୁ ହଟାଇ ଥିଲା। ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, କୁଳିଅଣା ବ୍ଳକ୍‌ର ଭଗବାନପୁର ପଞ୍ଚାୟତର ନୂଆ କାର୍ଯ୍ୟାଳୟ କୋଠା ନୂଆଗାଁରେ କରିବାକୁ ଦାବି କରି ଆଜି ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପାଞ୍ଚ ଛଅଟି ଗାଁର ଲୋକେ ଦିନ ପ୍ରାୟ ୨ଟାରୁ ସେମାନେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe