Advertisment

ଚତୁର ବିଜେଡି ସରକାର: ଟଙ୍କା ଦେଇଛି କେନ୍ଦ୍ର, ହେଲେ ବିଜୁଙ୍କ ନାଁରେ ହେଇଛି ପକ୍କାଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ ବର୍ଷରେ ୧୭ ଲକ୍ଷ ବିଜୁ ପକ୍କାଘର କରିବା ନେଇ ସରକାରଙ୍କ ପ୍ରଚାରର ସତ ପଦାକୁ ଆସିଛି। ବିଜୁ ପକ୍କାଘରର ଗୁମର ଖୋଲିଛନ୍ତି ଖୋଦ୍ ପଞ୍ଚାୟତିରାଜ ସଚିବ ଦେଓ ରଂଜନ କୁମାର ସିଂହ। ପ୍ରଧାନମନ୍ତ୍ରୀ ଆବାସ ଓ ଇନ୍ଦିରା ଆବାସ ଭଳି କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ତୋଳା ଯାଉଥିବା ପକ୍କା ଘର ବି ବିଜୁ ପକ୍କା ଘର ତାଲିକାରେ ରହିଥିବା ସେ କହିଛନ୍ତି। ସବୁ ଯୋଜନାକୁ ମିଶାଇ ସରକାର ଏ ପର୍ଯ୍ୟନ୍ତ ୧୮ […]

ଅଦ୍ୟତନ ହୋଇଛି
ଚତୁର ବିଜେଡି ସରକାର: ଟଙ୍କା ଦେଇଛି କେନ୍ଦ୍ର, ହେଲେ ବିଜୁଙ୍କ ନାଁରେ ହେଇଛି ପକ୍କାଘର

kk

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ ବର୍ଷରେ ୧୭ ଲକ୍ଷ ବିଜୁ ପକ୍କାଘର କରିବା ନେଇ ସରକାରଙ୍କ ପ୍ରଚାରର ସତ ପଦାକୁ ଆସିଛି। ବିଜୁ ପକ୍କାଘରର ଗୁମର ଖୋଲିଛନ୍ତି ଖୋଦ୍ ପଞ୍ଚାୟତିରାଜ ସଚିବ ଦେଓ ରଂଜନ କୁମାର ସିଂହ। ପ୍ରଧାନମନ୍ତ୍ରୀ ଆବାସ ଓ ଇନ୍ଦିରା ଆବାସ ଭଳି କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ତୋଳା ଯାଉଥିବା ପକ୍କା ଘର ବି ବିଜୁ ପକ୍କା ଘର ତାଲିକାରେ ରହିଥିବା ସେ କହିଛନ୍ତି।

Advertisment

ସବୁ ଯୋଜନାକୁ ମିଶାଇ ସରକାର ଏ ପର୍ଯ୍ୟନ୍ତ ୧୮ ଲକ୍ଷ ୯୦ହଜାର ଘର କରିଛନ୍ତି ବୋଲି ସିଂହ ସ୍ପଷ୍ଟ କରିଛନ୍ତି ।

publive-image

ବିଜୁଙ୍କ ମୋହର ଲଗାଇ ସରକାର ୪ ବର୍ଷରେ ୧୭ ଲକ୍ଷ  ବିଜୁ ପକ୍କାଘର କରିଛନ୍ତି ବୋଲି ଦାବି କରି ରାସ୍ତା ଘାଟରେ ଲଗାଇଛନ୍ତି ହୋର୍ଡିଂ। ଏପରିକି କଟକ ଭୁବନେଶ୍ୱର ରାସ୍ତା କଡ଼ରେ ମଧ୍ୟ ଲୋକଙ୍କୁ ଭୁଆଁ ବୁଲାଇ ଲଗାଯାଇଛି ହୋର୍ଡିଂ।

Advertisment

ହେଲେ ସତ ଆଜି ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘରକୁ ବିଜୁ ପକ୍କାଘରର ନାଁ ଦେଇ ପ୍ରଚାର କରୁଥିବା ସରକାରଙ୍କ ସତ ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏକ ପ୍ରେସ୍‌ ବିବୃତିରେ ବିଜେଡି ସରକାରଙ୍କୁ ମିଛ ତଥ୍ୟର ସୌଦାଗର ବୋଲି କହି ତାଚ୍ଛଲ୍ୟ କରିଛନ୍ତି।

publive-image

ସୂଚନାଯୋଗ୍ୟ, ପଞ୍ଚାୟତିରାଜ ବିଭାଗର ତଥ୍ୟ ମୁତାବକ ଆଜି ସୁଦ୍ଧା ସରକାର ବିଜୁ ପକ୍କାଘର ଯୋଜନାରେ ୨ ଲକ୍ଷ ୮୩ ହଜାର ୮୯୭ ଘର କରିଛନ୍ତି ।  ପ୍ରଧାନମନ୍ତ୍ରୀ ଆବାସ ଓ ଇନ୍ଦିରା ଆବସ ଯୋଜନାରେ ୧୬ ଲକ୍ଷ ୮ ହଜାର ଘର ତିଆରି ହୋଇଥିବା ବିଭାଗୀୟ ରିପୋର୍ଟ କହୁଛି।

ଲକ୍ଷ୍ୟ ଅଛି ଏ ବର୍ଷ କେବଳ ୭ ଲକ୍ଷ ଘର ତିଆରି ହେବ। ୬୦ ଦିନ ଭିତରେ ଗରିବଙ୍କୁ ପକ୍କାଘର ଦେବା ପାଇଁ ସରକାର ନୂଆ ବୈଷୟିକ ଜ୍ଞାନର ବ୍ୟବହାର କରିବେ। ଏଥିପାଇଁ  ରୁର୍କିର ଏକ ସଂସ୍ଥା ସହ ଆଜି ଚୁକ୍ତିନାମା କରିଛନ୍ତି ରାଜ୍ୟ ସରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe