Advertisment

Police: ଝିଅ ନେଇ ପଳାଇଲା ଶାଳକ, ଭିଣୋଇକୁ ଅପହରଣ କରି ମାଡ଼ ଘଟଣା: ସ୍ୱାମୀ ନାଁରେ ଅଭିଯୋଗ, ସ୍ତ୍ରୀକୁ ବାନ୍ଧିଲା ପୁଲିସ ବାନ୍ଧିଲା

ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହିତ ଫେରାର ହୋଇଗଲେ। ତାଙ୍କ ବାପା ଗୁଣ୍ଡା ପଠେଇ ତାଙ୍କ ପ୍ରେମିକଙ୍କ ଭିଣୋଇଙ୍କୁ ବନ୍ଧୁକ ମୁନରେ ଅପହରଣ କଲେ ଓ ଜଙ୍ଗଲରେ ନିସ୍ତୁକ ପିଟି ଛାଡ଼ି ଦେଲେ।

Police Station
Advertisment

                                                                           
ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହିତ ଫେରାର ହୋଇଗଲେ। ତାଙ୍କ ବାପା ଗୁଣ୍ଡା ପଠେଇ ତାଙ୍କ ପ୍ରେମିକଙ୍କ ଭିଣୋଇଙ୍କୁ ବନ୍ଧୁକ ମୁନରେ ଅପହରଣ କଲେ ଓ ଜଙ୍ଗଲରେ ନିସ୍ତୁକ ପିଟି ଛାଡ଼ି ଦେଲେ। ଏନେଇ ଥାନାରେ ଅଭିଯୋଗ ହେଲା। ଅଭିଯୋଗ ପାଇ ପୁଲିସ୍ ଯୁବତୀଙ୍କ ବାପା, ମା’ ଓ ଅପହରଣରେ ବ୍ୟବହୃତ ହୋଇଥିବା କାରର ଡ୍ରାଇଭରଙ୍କୁ ଉଠାଇ ନେଲା। ପଚରାଉଚରା କରିବା ପରେ ଯୁବତୀଙ୍କ ମା’ ଓ କାର ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ। ଯୁବତୀଙ୍କ ବାପାଙ୍କୁ ଛାଡ଼ି ଦେଇଥିଲା। ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଅଭିଯୋଗ ହୋଇଥିଲା ଯୁବତୀଙ୍କ ବାପାଙ୍କ ନାଁରେ, କିନ୍ତୁ ତାଙ୍କ ମା’ଙ୍କୁ ଗିରଫ କରି ଜେଲ୍ ପଠାଇ ଦେଲା ପୁଲିସ୍। ଯୁବତୀଙ୍କ ମା’ଙ୍କ ନାଁରେ ଅଭିଯୋଗ ହୋଇନଥିଲା। କୁହାଯାଉଛି, ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ସରକାରୀ ଚାକିରିଆ (ଶିକ୍ଷକ) ହୋଇଥିବାରୁ କୌଣସି ପ୍ରକାରର ଡିଲ୍ କରି ପୁଲିସ୍ ଘଟଣାଟିକୁ ମ୍ୟାନେଜ୍ କରି ଦେବା ପାଇଁ ତାଙ୍କ ପତ୍ନୀଙ୍କୁ ଗିରଫ କରି ଜେଲ୍ ପଠାଇଛି। 

Advertisment

ଏହି ଘଟଣାଟି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନାର। ଗତ ୨୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନାର ତିଥିପାଲି ଗାଁର ଶିକ୍ଷକ ସୁଧାଂଶୁ ରଣାଙ୍କ ଝିଅଙ୍କୁ ଧରି ଫେରାର ହୋଇଯାଇଥିଲେ ବଡ଼ମୁଣ୍ଡା ଗାଁର ଯୁବକ ଭାସ୍କର ରଣା। ତା’ପରେ ବଲାଙ୍ଗିର ଲଖପାଲି ଗାଁକୁ ଆସି ଭାସ୍କର ରଣାଙ୍କ ଭିଣୋଇ ଶ୍ୟାମ ରଣାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ ଗୁଣ୍ଡାମାନେ। ଗୁଣ୍ଡାମାନେ ଶ୍ୟାମ ରଣାଙ୍କୁ ଅପହରଣ କରି କାରରେ ନେଇ ଯାଉଥିବା ବେଳେ ତାଙ୍କ ପୁଅ ଏକ ଫଟୋ ଉଠାଇ ଦେଇଥିଲେ। 

ଗୁଣ୍ଡାମାନେ ଶ୍ୟାମ ରଣାଙ୍କୁ ଜଙ୍ଗଲକୁ ନେଇ ବିବସ୍ତ୍ର କରି ନିସ୍ତୁକ ପିଟିଥିଲେ। ତା’ପରେ ସେମାନେ ଶ୍ୟାମଙ୍କୁ ଛାଡ଼ି ଦେଇଥିଲେ। ଏହି ଘଟଣାରେ ଶ୍ୟାମଙ୍କ ସ୍ତ୍ରୀ ପୁଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଥିଲେ। ସୁଧାଂଶୁ ରଣା ଗୁଣ୍ଡା ପଠାଇଥିଲେ ବୋଲି ସେ ସିଧାସଳଖ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ ସୁଧାଂଶୁ ଓ ଅନ୍ୟ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଇଁନ୍ତଳା ଥାନା ପୁଲିସ। ଅନ୍ୟପଟେ ତରଭା ଥାନାରେ ମଧ୍ୟ ଉଭୟ ଅଭିଯୋଗ କରାଯାଇଛି। କିନ୍ତୁ ଅଭିଯୋଗ ପାଇଲା ପରେ ପୁଇଁନ୍ତଳା ପୁଲିସ ସୁଧାଂଶୁ ରଣା, ତାଙ୍କ ସ୍ତ୍ରୀ ସୀତୟା ରଣା ଓ କାର୍‌ର ଡ୍ରାଇଭରଙ୍କୁ ନେଇ ଜେରା କରିଥିଲା ପୁଲିସ। ତା’ ସହିତ ଅପହରଣରେ ବ୍ୟବହୃତ କାରକୁ ଜବତ କରିଛି ପୁଇଁନ୍ତଳା ପୁଲିସ।  

Advertisment

ଜେରା ପରେ ପୁଇଁନ୍ତଳା ପୁଲିସ ଡ୍ରାଇଭର ଓ ସୀତୟା ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ୱାମୀ ସୁଧାଂଶୁ ରଣାଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ସୀତୟାଙ୍କୁ ପୁଲିସ ଜେଲ ପଠାଇବା ଅଭିଯୋଗକାରୀଙ୍କ ସମେତ ଏହି ଘଟଣା ସଂପର୍କରେ ଅବଗତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁଧାଂଶୁ ସରକାରୀ ଚାକିରିଆ ହୋଇଥିବାରୁ ତାଙ୍କ ଚାକିରି ବଞ୍ଚାଇବାକୁ ପୁଲିସ୍ ସହିତ ତାଙ୍କର କିଛି ଡିଲ୍ ହୋଇଥିବା ଓ ପୁଲିସ୍ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଘଟଣାର ଉପଯୁକ୍ତ ତଦନ୍ତ କରି ଯିଏ ଭୁଲ୍ କରିଛି, ତାକୁ ଗିରଫ କରାଯିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିନାହିଁ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe