Advertisment

ଶେଷ ପର୍ଯ୍ୟାୟରେ ମହାମାୟାଙ୍କ ଆଗମନର ପ୍ରସ୍ତୁତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛନ୍ତି ମହାମାୟା। ସେଥିପାଇଁ ସଜେଇ ହେଲାଣି ଗାଁରୁ ସହର। ସବୁଠି ରଙ୍ଗବେରଙ୍ଗର ତୋରଣ ଓ ମୂର୍ତ୍ତି ଗୁଡ଼ିକରେ ଦିଆଯାଉଛି ଶେଷ ସ୍ପର୍ଶ। ଏଥର ସିଲଭର୍‌ ସିଟି କଟକରେ ୧୬୦ଟି ମେଢ଼ ହେଉଛି। ସେଥିରୁ ୨୭ଟି ମଣ୍ଡପରେ ଚାନ୍ଦି ଓ ସୁନା ମେଢ ଦେଖିବାକୁ ମିଳିବ। ତା’ସହିତ କେଉଁଠି ଚନ୍ଦ୍ରାୟନ ତ କେଉଁଠି ଇଣ୍ଡିଆ ଗେଟ୍- ଏମିତି ଭଳିକି ଭଳି ତୋରଣ ଦେଖିବାକୁ ମିଳିବ। ସେହିପରି ଷ୍ଟିଲ୍‌ ସିଟି ରାଉରକେଲାରେ ବି ପ୍ରସ୍ତୁତି ଶେଷ […]

author-image
Biswobandita Swain
ଶେଷ ପର୍ଯ୍ୟାୟରେ ମହାମାୟାଙ୍କ ଆଗମନର ପ୍ରସ୍ତୁତି

bibartan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛନ୍ତି ମହାମାୟା। ସେଥିପାଇଁ ସଜେଇ ହେଲାଣି ଗାଁରୁ ସହର। ସବୁଠି ରଙ୍ଗବେରଙ୍ଗର ତୋରଣ ଓ ମୂର୍ତ୍ତି ଗୁଡ଼ିକରେ ଦିଆଯାଉଛି ଶେଷ ସ୍ପର୍ଶ।

Advertisment

ଏଥର ସିଲଭର୍‌ ସିଟି କଟକରେ ୧୬୦ଟି ମେଢ଼ ହେଉଛି। ସେଥିରୁ ୨୭ଟି ମଣ୍ଡପରେ ଚାନ୍ଦି ଓ ସୁନା ମେଢ ଦେଖିବାକୁ ମିଳିବ। ତା’ସହିତ କେଉଁଠି ଚନ୍ଦ୍ରାୟନ ତ କେଉଁଠି ଇଣ୍ଡିଆ ଗେଟ୍- ଏମିତି ଭଳିକି ଭଳି ତୋରଣ ଦେଖିବାକୁ ମିଳିବ।

ସେହିପରି ଷ୍ଟିଲ୍‌ ସିଟି ରାଉରକେଲାରେ ବି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଉରକେଲା ସେକ୍ଟର-୩ ପୂଜା ମଣ୍ଡପ ଏଥର ମେଲଜିୟମ ଶିବ ମନ୍ଦିର ଆକୃତିର ତୋରଣ କରିଛି। ଏହାର ଚଉଡ଼ା ୧୦୦ ଫୁଟ୍‌ ହୋଇଥିବା ବେଳେ ଉଚ୍ଚତା ୮୦ ଫୁଟ୍‌ ରହିଛି।

Advertisment

ଭୁବନେଶ୍ୱରରେ ମଧ୍ୟ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ପୂଜାମଣ୍ଡପ ସବୁଥର ଭଳି ଏଥର ବି ଆକର୍ଷଣୀୟ ତୋରଣ ଓ ମେଢ଼ କରିଛନ୍ତି।  ସହିଦ୍ ନଗର ପୂଜା କମିଟି ଚଳିତ ବର୍ଷ ପ୍ରଥମ ଥର ମା’ଙ୍କ ପାଇଁ ସୁନାର ମୁକୁଟ ତିଆରି କରିଛି। ସେହିପରି ନୟାପଲ୍ଲୀ ନୂଆସାହି ମହାବୀର ପୂଜା କମିଟି ଏଥର ୧୦ ବର୍ଷରେ ପଦାର୍ପଣ କରିଥିବାରୁ ଦଶାବତାର ବେଶ ପ୍ରସ୍ତୁତ କରିଛି।