Advertisment

ରାଜ୍ୟରେ ହେବ ପୁଲ୍ କୋଭିଡ୍‌-୧୯ ଟେଷ୍ଟ: ନବ ଦାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ  ଆଗାମୀ ଦିନରେ ପୁଲ୍ କୋଭିଡ୍‌-୧୯ ଟେଷ୍ଟ ହେବ। ଏକାଥରେ ଏକାଧିକ ନମୂନା ପରୀକ୍ଷା କରାଯିବ। କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି,”ଆଗାମୀ ଦିନରେ ଗୋଷ୍ଠୀଗତ ଭାବେ ବ୍ୟାପକ ଧରଣର ପୁଲ୍ ଟେଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏହାଛଡ଼ା ଏବେ ବୁର୍ଲା ମେଡିକାଲ୍‌ରେ ଗୋଟିଏ ଟେଷ୍ଟ […]

ଅଦ୍ୟତନ ହୋଇଛି
ରାଜ୍ୟରେ ହେବ ପୁଲ୍ କୋଭିଡ୍‌-୧୯ ଟେଷ୍ଟ: ନବ ଦାସ

Naba-Das

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ  ଆଗାମୀ ଦିନରେ ପୁଲ୍ କୋଭିଡ୍‌-୧୯ ଟେଷ୍ଟ ହେବ। ଏକାଥରେ ଏକାଧିକ ନମୂନା ପରୀକ୍ଷା କରାଯିବ। କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି,”ଆଗାମୀ ଦିନରେ ଗୋଷ୍ଠୀଗତ ଭାବେ ବ୍ୟାପକ ଧରଣର ପୁଲ୍ ଟେଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏହାଛଡ଼ା ଏବେ ବୁର୍ଲା ମେଡିକାଲ୍‌ରେ ଗୋଟିଏ ଟେଷ୍ଟ କିଟ୍ ରହିଛି। ଆଗାମୀ ଦିନରେ ଏହାର କ୍ଷମତାକୁ ବଢ଼ାଇବାକୁ କୁହାଯାଇଛି। ରାଜ୍ୟର ସବୁ ମେଡିକାଲ କଲେଜରେ କିପରି କୋଭିଡ ଟେଷ୍ଟ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି।”

ସେହିପରି ରାଜ୍ୟରେ NDRF ଢାଞ୍ଚାରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପାଇଁ ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରସ୍ତାବ ରଖିଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ନେଇ ରାଜ୍ୟର ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ୍‌ଙ୍କୁ କିପରି ତାଲିମ ଦିଆଯିବ ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ଏହି ଅବସରରେ ପ୍ରସ୍ତାବ ରଖାଯାଇଛି। ଅନ୍ୟପକ୍ଷରେ ଏହି  ବୈଠକରେ ଟ୍ରେନିଂ ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Advertisment

କରୋନାର ମୁକାବିଲା ପାଇଁ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେସିଂ ଜରିଆରେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକ ଅନୁଷ୍ଠିତ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe