ମାଲକାନଗିରି(ଜିତେନ୍ଦ୍ର ବେଉରା): କରୋନାକୁ ନେଇ ସାରାଦେଶ ଲକ୍ଡାଉନ୍ ହୋଇଛି। ଦୋକାନବଜାର ସହ ଯାନବାହନ ଚଳାଚଳ ବନ୍ଦ ରହିଛି। ତେବେ କିଛି ଲୋକ ଲକ୍ଡାଉନ୍କୁ ମାନୁ ନଥିବା ଦେଖିବାକୁ ମିଳିଛି।
ପୁଲିସ୍ର ତାଗିଦ୍ ସତ୍ତ୍ୱେ ବିନା କିଛି କାମରେ ଗାଡ଼ି ଧରି ରାସ୍ତାରେ ବୁଲୁଛନ୍ତି। ଏଭଳି କିଛି ଅମାନିଆ ଲୋକଙ୍କୁ ଗତକାଲି ରାସ୍ତା ମଝିରେ ୧୦ଥର ଲେଖାଏ ଦଣ୍ଡ ମାରିବାକୁ ନିର୍ଦ୍ଦେଶ ଦେଇଥିଲା ମାଲକାନଗିରି ପୁଲିସ୍।
ଗତକାଲି ମାଲକାନଗିରି ସଦର ମହକୁମା ସହ ବିଭିନ୍ନ ଛକରେ ପୁଲିସ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି ସମୟରେ କିଛି ଲୋକ ବିନା କାରଣରେ ଗାଡ଼ି ଧରି ବୁଲୁଥିବା ଦେଖିବାକୁ ମିଳିଥିଲା।
ବାରମ୍ୱାର ପୁଲିସ୍ କହିବା ପରେ ମଧ୍ୟ ଯେଉଁ ଗାଡ଼ି ଚାଳକ ରାସ୍ତାରେ ବୁଲୁଥିଲେ ସେମାନଙ୍କୁ ଅଟକାଇ ପଚାରାଉଚରା କରାଯାଇଥିଲା। ଏଥିସହ ରାସ୍ତା ମଝିରେ ସେମାନଙ୍କୁ ୧୦ଥର ଲେଖାଏ ଦଣ୍ଡ ମାରିବାକୁ କୁହାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...