n-9876
ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ଜେଲ୍ରୁ ପାରୋଲ୍ରେ ବାହାରିଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ୍ ମେହେର୍। ପାଟଣାଗଡ଼ରେ ମା’ଙ୍କୁ ମୁଖାଗ୍ନି ଦେଲେ ପୁଞ୍ଜିଲାଲ। ମା’ଙ୍କ ଅନ୍ତ୍ୟେଷ୍ଟି ପାଇଁ ଆଜି ଜେଲରୁ ଆସିଥିଲେ ପୁଞ୍ଜିଲାଲ ମେହେର। ବଲାଙ୍ଗିର ଜେଲରୁ ଏସ୍କର୍ଟରେ ଯାଇ ଅନ୍ତ୍ୟେଷ୍ଟିରେ ଯୋଗ ଦେଇଥିଲେ। ପୁଞ୍ଜିଲାଲ ଏକମାତ୍ର ପୁତ୍ର ହୋଇଥିବାରୁ ମାଙ୍କୁ ମୁଖାଗ୍ନି ଦେବାକୁ ଆସିଥିଲେ। ଶେଷକୃତ୍ୟ ସରିବା ମାତ୍ରେ ପୁଞ୍ଜିଲାଲଙ୍କୁ ଜେଲରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଅଛି।
ପାଟଣାଗଡ଼ ଏଡିଜେ କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ପୁଲିସ ହେପାଜତ୍ ଛାଡ଼ିବା ପାଇଁ ଏହି ଅନୁମତି ଦେଇଛନ୍ତି। ମାଆଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ତାଙ୍କୁ ୨୪ ଘଣ୍ଟାର ପାରୋଲ୍ ମିଳିଛି। ଆଜି ପୁଲିସ ଏସ୍କର୍ଟ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁଞ୍ଜିଲାଲ୍ଙ୍କୁ ଜେଲ୍ରୁ ବାହାର କରାଯାଇଛି।
ଜେଲ୍ରୁ ବାହାରିବା ପରେ ପୁଞ୍ଜିଲାଲ୍ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ବହୁତ ଦୁଃଖିତ। ଜୀବନରେ ସେ ମୋତେ ବହୁତ ଭଲ ପାଉଥିଲେ। ମୋ ଜୀବନର ସବୁଠାରୁ ମୂଲ୍ୟବାନ୍ ଲୋକ ଚାଲିଗଲେ।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/n-9876.jpg)