ପରୀ ଗାଁରେ ପୁରନ୍ଦେଶ୍ୱରୀ; କହିଲେ, ନ୍ୟାୟ ନ ମିଳିବା ଯାଏ ଲଢେଇ ଜାରି ରହିବ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ନୟାଗଡ ଜିଲ୍ଲା ଯଦୁପୁରସ୍ଥିତ ପରୀ ଗାଁରେ ପହଞ୍ଚି ଆଜି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଏକ ଛୋଟ ଝିଅକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରାଜ୍ୟ ସରକାର ହତ୍ୟାକାରୀକୁ ଖୋଜି ପାଉ ନାହାନ୍ତି। ଏଥିସହ ପରୀର ବାପାମା’ଙ୍କୁ ସୁରକ୍ଷା ଦେଇପାରୁ ନ ଥିବା ସରକାର କିପରି ସମଗ୍ର ରାଜ୍ୟବାସୀଙ୍କୁ ସୁରକ୍ଷା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ଏହା କେବଳ […]

pari

pari

Niharika Rout
  • Published: Thursday, 10 December 2020
  • Updated: 10 December 2020, 11:44 AM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ନୟାଗଡ ଜିଲ୍ଲା ଯଦୁପୁରସ୍ଥିତ ପରୀ ଗାଁରେ ପହଞ୍ଚି ଆଜି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଏକ ଛୋଟ ଝିଅକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରାଜ୍ୟ ସରକାର ହତ୍ୟାକାରୀକୁ ଖୋଜି ପାଉ ନାହାନ୍ତି। ଏଥିସହ ପରୀର ବାପାମା’ଙ୍କୁ ସୁରକ୍ଷା ଦେଇପାରୁ ନ ଥିବା ସରକାର କିପରି ସମଗ୍ର ରାଜ୍ୟବାସୀଙ୍କୁ ସୁରକ୍ଷା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିସହ ଏହା କେବଳ ଏକ ହତ୍ୟା ନୁହେଁ, ଅଙ୍ଗ ତସ୍କରୀ ବି ହୋଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ପୁରନ୍ଦେଶ୍ୱରୀ। ତଦନ୍ତ ପାଇଁ ଗଠିତ SIT  ତଥା ଏହାର ମୁଖ୍ୟଙ୍କ କୌଣସି ପୁଲିସ୍‌ କ୍ଷମତା ନାହିଁ।  ପରୀ ବାପାମା’ଙ୍କୁ ନ୍ୟାୟ ନ ମିଳିବା ଯାଏଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ବିଜେପିର ରାଜ୍ୟ ପ୍ରଭାରୀ। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପୁରନ୍ଦେଶ୍ୱରୀ।

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପୁରନ୍ଦେଶ୍ୱରୀଙ୍କ ସହ ତାଙ୍କ ଟିମ୍ ଆଜି ନୟାଗଡ ଜିଲ୍ଲା ଯଦୁପୁର ଗାଁରେ ପହଞ୍ଚିଛନ୍ତି । ସେଠାରେ ପରୀ ଶରୀରର ଅଂଶାବଶେଷ ପଡ଼ିଥିବା ସ୍ଥାନ ବୁଲି ଦେଖିବା ସହ ଘଟଣା ସମ୍ପର୍କରେ ପରୀ ବାପାଙ୍କ ସହ ଆଲୋଚନା କରିଛନ୍ତି।

ଗଣମାଧ୍ୟମକୁ ସମ୍ୱୋଧନ କରି ପୁରନ୍ଦେଶ୍ୱରୀ କହିଛନ୍ତି, ହତ୍ୟାକାରୀ ଖୁଲମଖୁଲା ଏଠାକୁ ଆସି ମାରପିଟ କରୁଛି। ହେଲେ ତାକୁ ସୁରକ୍ଷା ମିଳୁଛି। ଏହାକୁ କେହି ବି ସହଜେ ଗ୍ରହଣ କରିବେନି। ଏଠାକାର ସରକାର ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ତେଣୁ ମନ୍ତ୍ରୀ ଅରୁଣ ସାହୁ ହତ୍ୟାକାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଥିବାରୁ ସେ ଇସ୍ତଫା ଦେବା ଉଚିତ।

ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଡି. ପୁରନ୍ଦେଶ୍ୱରୀ ।  ନିଜ ଗସ୍ତକାଳରେ ରାଜ୍ୟ ବିଜେପିର ସାଂଗଠନିକ ସ୍ଥିତି ଅନୁଧ୍ୟାନ ସହ ଦଳକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ବୋଲି ଜଣାଯାଇଛି ।

୧୨ ତାରିଖ ପର୍ଯ୍ୟନ୍ତ ସେ ଦଳୀୟ ପଦାଧିକାରୀ, ସାଂସଦ, ବିଧାୟକ ଏବଂ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନର ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୦୨୨ ପୌର ନିର୍ବାଚନ ଓ ୨୦୨୪ ସଧାରଣ ନିର୍ବାଚନ ପାଇଁ ଦଳର ଭବିଷ୍ୟତ ରଣନୀତି କିଭଳି ପ୍ରସ୍ତୁତ ହେବ ସେ ସମ୍ପର୍କରେ ଦଳୀୟ ନେତାଙ୍କୁ ପରାମର୍ଶ ଦେବେ ବୋଲି କୁହାଯାଉଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story