ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦୁଇ ଦିନ ପରେ ହୋଇଥାଆନ୍ତା ପିପିଲି ଉପନିର୍ବାଚନ। ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ଉପ-ନିର୍ବାଚନ ସ୍ଥଗିତ ରହିଲା। ଉପନିର୍ବାଚନ ସ୍ଥଗିତ ନେଇ ଘୋଷଣା କଲେ ପୁରୀ ADM। ସ୍ଥଗିତ ଆଦେଶ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର (ସିଇଓ) ଓ ECIକୁ ପଠାଯାଇଛି। କାଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ କୁହାଯାଇଛି ବୋଲି କହିଛନ୍ତି ଏଡିଏମ୍‌। ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ସେଠାରେ […]

pipili

Manoranjan Sial
  • Published: Wednesday, 14 April 2021
  • , Updated: 14 April 2021, 08:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦୁଇ ଦିନ ପରେ ହୋଇଥାଆନ୍ତା ପିପିଲି ଉପନିର୍ବାଚନ। ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ଉପ-ନିର୍ବାଚନ ସ୍ଥଗିତ ରହିଲା। ଉପନିର୍ବାଚନ ସ୍ଥଗିତ ନେଇ ଘୋଷଣା କଲେ ପୁରୀ ADM। ସ୍ଥଗିତ ଆଦେଶ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର (ସିଇଓ) ଓ ECIକୁ ପଠାଯାଇଛି। କାଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ କୁହାଯାଇଛି ବୋଲି କହିଛନ୍ତି ଏଡିଏମ୍‌।

ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ସେଠାରେ ହୋଇଥାଆନ୍ତା ଉପନିର୍ବାଚନ। ଏଥିପାଇଁ ଆସନ୍ତା ୧୭ ତାରିଖରେ ହୋଇଥାଆନ୍ତା ଭୋଟ୍‌। ତା’ ପୂର୍ବରୁ ଅର୍ଥାତ ଆଜି କଂଗ୍ରେସ ବିଧାୟକ ଅଜିତ ମଙ୍ଗରାଜଙ୍କ ବିୟୋଗ ହୋଇଛି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଆଜି ଅପରାହ୍ନରେ ସେ ଇହଧାମ ତ୍ୟାଗ କରିଛନ୍ତି। ସେଥିପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ଏଡିଏମ୍‌ ନିଷ୍ପତ୍ତି ନେଇଛନ୍ତି।

ଗତ ୭ ତାରିଖରେ ଅଜିତ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇକୁ ପ୍ରଚାର କରିବା ପାଇଁ ଯାଉଥିଲେ। ସେହି ସମୟରେ ସେ ତଳେ ପଡି ଯାଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଗତ ସପ୍ତାହରେ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଆଜି ବିୟୋଗ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Related story