Advertisment

ବିଜେଡି ନେତାଙ୍କ କଣ୍ଢେଇ ସାଜିଛି ପୁରୀ ପ୍ରଶାସନ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫନି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟରେ ବ୍ୟାପକ ଅନିୟମିତତା ହୋଇଛି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଇଙ୍ଗିତରେ ପୁରୀ ଜିଲ୍ଲା ପ୍ରଶାସନ ଏବେ ବିଜେଡି ନେତାଙ୍କ ସଖୀ କଣ୍ଢେଇ ପାଲଟିଛି ବୋଲି ବିଜେପିର ୨ ଜଣ ବିଧାୟକ ଅଭିଯୋଗ କରିଛନ୍ତି । ଫନି କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ବୋଟ୍ ଓ ମାଛଧରା ଡଙ୍ଗା ବଣ୍ଟନ ପାଇଁ ଉଦ୍ଦିଷ୍ଟ ସରକାରୀ କାର୍ଯ୍ୟକ୍ରମକୁ ପୁରୀ ଓ ବ୍ରହ୍ମଗିରି ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ରାଜ୍ୟ ବିଜେପି କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି। ଆଜି […]

ବିଜେଡି ନେତାଙ୍କ କଣ୍ଢେଇ ସାଜିଛି ପୁରୀ ପ୍ରଶାସନ: ବିଜେପି

puri-and-Brahmagiri-bjp-mla-criticized-state-government

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫନି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟରେ ବ୍ୟାପକ ଅନିୟମିତତା ହୋଇଛି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଇଙ୍ଗିତରେ ପୁରୀ ଜିଲ୍ଲା ପ୍ରଶାସନ ଏବେ ବିଜେଡି ନେତାଙ୍କ ସଖୀ କଣ୍ଢେଇ ପାଲଟିଛି ବୋଲି ବିଜେପିର ୨ ଜଣ ବିଧାୟକ ଅଭିଯୋଗ କରିଛନ୍ତି । ଫନି କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ବୋଟ୍ ଓ ମାଛଧରା ଡଙ୍ଗା ବଣ୍ଟନ ପାଇଁ ଉଦ୍ଦିଷ୍ଟ ସରକାରୀ କାର୍ଯ୍ୟକ୍ରମକୁ ପୁରୀ ଓ ବ୍ରହ୍ମଗିରି ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ରାଜ୍ୟ ବିଜେପି କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି।

Advertisment

ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ରାଜ୍ୟ ସରକାରଙ୍କ ଏଭଳି ପାତରଅନ୍ତର ନୀତି ଓ ବିଧାୟକଙ୍କ ଅଧିକାରକୁ କ୍ଷୂଣ୍ଣ କରାଯିବାକୁ ତୀବ୍ର ବିରୋଧ କରିଛନ୍ତି।

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ଯେ, ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ବୋଟ୍ ମାଲିକଙ୍କ ସମେତ ପୁରୀ ଓ ଚିଲିକା ଅଞ୍ଚଳର ମସ୍ତ୍ର‌୍ୟଜୀବୀମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ବଣ୍ଟନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋ ସିଏସଆର (ସାମାଜିକ କଲ୍ୟାଣ ପାଣ୍ଠି) ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମୋଟ୍ ୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ଏହି ସହାୟତା ଦିଆଯାଇଥିଲା। ପ୍ରୋଟୋକଲ୍ ଅନୁସାରେ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବା କଥା। କିନ୍ତୁ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ପୁରୀ ଓ ବ୍ରହ୍ମଗିରିର ବିଧାୟକମାନଙ୍କୁ ସରକାର ଡାକିଲେ ନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି । ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ବିଜେଡିର ନେତା କିଏ, ସେମାନେ କେତେ ସ୍ୱଚ୍ଛ ଓ କେତେ ଦୁର୍ନୀତିଗ୍ରସ୍ତ ତାହା ସମସ୍ତେ ଜାଣନ୍ତି। ବିଜେଡିର କିଛି ନେତାମାନଙ୍କର ସୁପାରିସରେ ଫନି କ୍ଷତିପୁରଣ ଓ ସରକାରଙ୍କର ଅନ୍ୟ ସମସ୍ତ ଯୋଜନାର ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଛି । ଆଉ ଏହି ଅନିୟମିତତାରେ ତୃତୀୟ ମହଲା ସିଧାସଳଖ ସମ୍ପୃକ୍ତି ଅଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଇଙ୍ଗିତରେ ଜିଲ୍ଲା ପ୍ରଶାସନ ପୁରୀ ଜିଲ୍ଲାର କିଛି ବିଜେଡି ନେତାଙ୍କର ସଖୀ କଣ୍ଢେଇ ପାଲଟିଛି । ଏବେ ଜିଲ୍ଲା ପ୍ରଶାସନର ସମସ୍ତ ଭତ୍ତା ଯଥା-ବାର୍ଦ୍ଧ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତାର ହିତାଧିକାର ଚୟନକୁ ପଞ୍ଚାୟତଠୁୁ ଛଡ଼ାଇ ନିଆଯାଇ ଅଙ୍ଗନବାଡିକୁ ଦିଆଯାଉଛି। ଏହା କେବଳ ପୁରୀ ଜିଲ୍ଲାରେ ଲାଗୁ ହୋଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

Advertisment

ସେହିପରି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, ଫନିରେ ସର୍ବାଧିକ ବ୍ରହ୍ମଗିରି ଓ ପୁରୀ ନିର୍ବାଚନମଣ୍ଡଳୀ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଦୁଇ ନିର୍ବାଚନ ମଣ୍ଡଳୀର ବିଧାୟକ ବିଜେପିର ହୋଇଥିବାରୁ ଫନି କ୍ଷୟକ୍ଷତି ଆକଳନ ଓ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସେମାନଙ୍କୁ ଖୋଜିନାହାନ୍ତି। କେବଳ ଶାସକ ଦଳର ନେତାମାନଙ୍କ ସୁପାରିଶ ଆଧାରରେ ବିଜେଡିର କର୍ମୀମାନଙ୍କୁ କ୍ଷତିପୂରଣ, ପକ୍କା ଘର, ବୋଟ, ମାଛଧରା ଡଙ୍ଗା ମିଳୁଛି। ମୁଖ୍ୟମନ୍ତ୍ରୀ ଫାଇଭ-ଟି କଥା କହୁଛନ୍ତି। ହେଲେ ବିଜେଡି କର୍ମୀମାନଙ୍କୁ ବିଭିନ୍ନ ଯୋଜନାରେ ବେଆଇନ ଭାବେ ସାମିଲ କରାଯାଉଛି। ରାଜ୍ୟ ସରକାର ଏପରି ପାତରଅନ୍ତରରୁ ନିଜକୁ ଦୁରେଇ ରଖନ୍ତୁ। ଗଣତନ୍ତ୍ରରେ ଜଣେ ବିଧାୟକର ଯାହା ଅଧିକାର ଅଛି ତାକୁ କ୍ଷୂଣ୍ଣ କରିବା ପାଇଁ ହୀନ ରାଜନୀତି କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe